ଗିରଫ ହେଲା ଯୈଶ-ଏ-ମହମ୍ମଦର ଆତଙ୍କବାଦୀ ସୈଫୁଉଲ୍ଲା, କୁକ୍ଷାତ ପାକ୍‌ ଆତଙ୍କୀଙ୍କ ସହ ରଖିଥିଲା ଲିଙ୍କ...

Published By : Prameya-News7 Bureau | August 14, 2022 IST

ଲକ୍ଷ୍ନୌ୧୪/୦୮: ଆସନ୍ତାକାଲି ଭାରତ ତାର ୭୬ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଉତ୍ତରପ୍ରେଦେଶରେ ଆତଙ୍କ ନିରୋଧି ଦଳ(ଏଟିଏସ)କୁ ଏକ ବଡ଼ ସଫଳତା ମିଳିଛି। ଉତ୍ତରପ୍ରଦେଶର ସାହାରନପୁରରୁ ଗିରଫ ହୋଇଥିବା ଆତଙ୍କବାଦୀ ନଦୀମର ଯୋଗାଯୋଗରେ ଥିବା ଯୈଶ-ଏ-ମହମ୍ମଦର ଜଣେ କୁକ୍ଷାତ ଆତଙ୍କବାଦୀକୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀର ପରିଚୟ ହବିବ-ଉଲ-ଇସ୍ଲାମ (ସୈଫଉଲ୍ଲା)। ତାକୁ କାନପୁରରୁ ଗିରଫ କରାଯାଇଛି

ସେ ଅନ୍‌ଲାଇନ୍‌ରେ ଆତଙ୍କବାଦୀ ଆଇଡି(ପରିଚୟ ପତ୍ର) ତିଆରି କରିବାରେ ଧୁରନ୍ଧର। ସେ ନଦୀମ ସହିତ ଅନେକ ପାକିସ୍ତାନ ଓ ଆଫଗାନିସ୍ଥାନର ଆତଙ୍କବାଦୀମାନଙ୍କୁ ଅନ୍‌ଲାଇନ୍‌ରେ ପାଖାପାଖି ୫୦ଟି ଆତଙ୍କୀ ପରିଚୟ ପତ୍ର ତିଆରି ଦେଇଛି।  ସୈଫୁଲ୍ଲା ଟେଲିଗ୍ରାମ, ହ୍ୱାଟସଆପ, ଫେସବୁକ ଓ ମେସେଞ୍ଜର ଆଦି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମାଧ୍ୟମରେ ପାକିସ୍ତାନ ଓ ଆଫଗାନିସ୍ଥାନରେ ଥିବା ଅନେକ ଆତଙ୍କବାଦୀ ସଙ୍ଗଠନ ସହିତ ସୁସମ୍ପର୍କ ରଖିଛି।

ଯୈଶ-ଏ-ମହମ୍ମଦ ସହିତ ଜଡ଼ିତ ଆତଙ୍କବାଦୀ ନଦୀମର ପୁରା ଆତଙ୍କୀ ନେଟୱାର୍କକୁ ଏଟିଏସ ସ୍ୱାଧୀନତା ଦିବସ ପୂର୍ବରୁ ଧ୍ୱଂସ କରିବା ପାଇଁ ଆଶାରଖିଛି। ବର୍ତ୍ତମାନ ପୁରା ପୁରା ସାହସର ସହିତ ନଦୀମର ଅନ୍ୟ ସହଯୋଗୀମାନଙ୍କୁ ଖୋଜିବା ସମୟରେ ଏଟିଏସକୁ ଏହି ସଫଳତା ମିଳିଛି। ଏହା ପୂର୍ବରୁ ଏଟିଏସ ଆଜମଗଡ଼ରୁ  ଆତଙ୍କବାଦୀ ସଦାଉଦ୍ଦିନ ଆଜମିକୁ ଗିରଫ କରିଥିଲା।

ସାହାରନପୁରରୁ ଗିରଫ ହୋଇଥିବା ଆତଙ୍କବାଦୀ ନଦୀମ ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା। ନଦୀମର ଗ୍ୟାଙ୍ଗରେ ସୈଫୁଲ୍ଲା ମଧ୍ୟ ସାମିଲ ଥିଲା। ସେ ବିଭିନ୍ନ ପ୍ରକାର ଦେଶ ବିରୋଧି ଅନଲାଇନ୍ ପ୍ଲାଟଫର୍ମରେ ଜଡ଼ିତ ଥିଲା। ଏହି ଅନଲାଇନ ପ୍ଲାଟଫର୍ମରେ ବିଭିନ୍ନ ହାର୍ଡକୋର ଆତଙ୍କୀମାନଙ୍କ ସହିତ ସେ  ଯୋଗାଯୋଗ କରି ଆକ୍ରମଣ ଯୋଜନା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.