twitterରେ ନିର୍ମଳା ସୀତାରମଣଙ୍କୁ ଘେରିଲେ ଜୟରାମ ରମେଶ, ମନମୋହନ ସିଂହଙ୍କୁ ତାରିଫ ଲାଗି ଗଡ଼କରୀଙ୍କୁ କହିଲେ ‘ମାଷ୍ଟର ସେଫ୍’

Published By : Prameya-News7 Bureau | November 09, 2022 IST

ନୂଆଦିଲ୍ଲୀ ୯।୧୧: କଂଗ୍ରେସ ବୁଧବାର ନିର୍ମଳା ସୀତାରମଣଙ୍କୁ ତାଙ୍କ ୧୯୯୧ ଆର୍ଥିକ ସଂସ୍କାର  ମନ୍ତବ୍ୟକୁ ନେଇ କଟାକ୍ଷ କରିଛି। କହିଛି ଯେ ମାଷ୍ଟର ସେଫ୍ ନିତିନ ଗଡ଼କରୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରସଙ୍ଗରେ ସାଥ ଦେଇ ଏହାକୁ ସମ୍ପୂର୍ଣ୍ଣ ରୂପେ ରାନ୍ଧି ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗଡକରୀ  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିକଟରେ ୧୯୯୧ ଆର୍ଥିକ ସଂସ୍କାର ଲାଗି ଦେଶ ଋଣୀ ଓ ଯାହାକୁ ମନମୋହନ ସିଂହ ନିଜେ ଦେଶରେ ଅର୍ଥମନ୍ତ୍ରୀ ରୂପେ ଆରମ୍ଭ କରିଥିଲେ ବୋଲି ମଙ୍ଗଳବାର କହିଥିଲେ।

ତେବେ ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ କାର୍ଯ୍ୟକ୍ରମ ଅବସରରେ ୧୯୯୧ ମସିହାରେ କରାଯାଇଥିବା ଆର୍ଥିକ ସଂସ୍କାରକୁ କଂଗ୍ରେସ ସରକାରଙ୍କର ଅଧା ଅଧୁରା ସଂସ୍କାର ବୋଲି କହିଥିଲେ। ଯେଉଁଥିରେ ଦେଶର ଅର୍ଥ ବ୍ୟବସ୍ଥାକୁ ଉପଯୁକ୍ତ ମାର୍ଗରେ ନୁହେଁ ବରଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମଏଫ)ଙ୍କ ଦ୍ୱାରା ଭାରତ ଉପରେ ଲଗାଯାଇଥିବା କଟଣାରେ ଖୋଲା ଯାଇଥିଲା ବୋଲି କହିଥିଲେ।

wp:embed {"url":"https://twitter.com/Jairam_Ramesh/status/1590266863325696000","type":"rich","providerNameSlug":"twitter","responsive":true}
https://twitter.com/Jairam_Ramesh/status/1590266863325696000
/wp:embed

ସୀତାରମଣଙ୍କ ଏହି ବୟାନକୁ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କଟାକ୍ଷ କରି କହିଛନ୍ତି ଯେ ସୀତାରମଣଙ୍କ ୧୬ ସେପ୍ଟେମ୍ବର ବୟାନରେ ୧୯୯୧ ଆର୍ଥିକ ସଂସ୍କାରକୁ ଅଧା ସିଝା ତରକାରୀ ବୋଲି କହିଥିଲେ। ତେବେ ଗତକାଲି ମାଷ୍ଟର ସେଫ ନିତିନ ଗଡକରୀ ଆର୍ଥିକ ସଂସ୍କାର ଲାଗି ମନମୋହନ ସିଂହଙ୍କୁ ପୂର୍ଣ୍ଣ ଶ୍ରେୟ ଦେଇ ଅଧା ସିଝା ତରକାରୀକୁ ପୁରା ରାନ୍ଧି ଦେଇଥିବା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ଏଣୁ ଏବେ ଏହା ସୁସ୍ୱାଦ ଲାଗୁଥିବା କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଗଡକରୀ ଉଦାର ଅର୍ଥନୀତି ଯୋଗୁ ଦେଶକୁ ନୂଆ ଦିଶା ମିଳିପାରିଥିଲା ବୋଲି କହିଥିଲେ। ଏଥିଲାଗି ଦେଶ ମନମୋହନ ସିଂହଙ୍କ ନିକଟରେ ଋଣୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଆର୍ଥିକ ସଂସ୍କାର ଯୋଗୁ ୧୯୯୦ଦଶକରେ ସେ ମହାରାଷ୍ଟ୍ରରେ ସଡକ ମାର୍ଗର ବିକାଶ ନିମନ୍ତେ ଧନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ ବୋଲି ମଧ୍ୟ କହିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.