ଜୟପୁରରେ ବିଭିନ୍ନ ସ୍କୁଲକୁ ବୋମା ଧମକ; ଛାନଭିନ୍ କରୁଛି ବୋମା ନିଷ୍କ୍ରିୟକାରୀ ଟିମ୍

Published By : Prameya-News7 Bureau | May 13, 2024 IST

ଜୟପୁର: ନୋଏଡା ପରେ ଏବେ ଜୟପୁରକୁ ବୋମା ଧମକ । ରାଜସ୍ଥାନ ଜୟପୁରର ଅଧିକାଂଶ ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଏଥିରେ ସ୍କୁଲଗୁଡ଼ିକୁ ବମ୍ ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି । ଏଭଲି ଧମକପୂର୍ଣ୍ଣ ଇ-ମେଲ ପରେ ପୋଲିସ ପ୍ରଶାସନର ଟେନସନ ବଢ଼ିଯାଇଛି । 

ଯେଉଁ ସ୍କୁଲ ଗୁଡ଼ିକୁ ଇ-ମେଲ ମାଧ୍ୟମରେ ଧମକ ଆସିଛି, ସେଠାରେ ପୋଲିସ ଟିମ୍ ପହଞ୍ଚି । ବୋମା ନିଷ୍କ୍ରିୟକାରୀ ଟିମ୍ ସକ୍ରିୟ ହୋଇ ଛାନଭିନ୍ ଅଭିଯାନ ଆରମ୍ଭ କରି ଦେଇଛନ୍ତି । ଜୟପୁର ପୋଲିସ କମିଶନର ବିଜୁ ଜର୍ଜ ଜୋସେଫ୍ କହିଛନ୍ତି, ଏ ପର୍ଯ୍ୟନ୍ତ ୪ଟି ବଡ଼ ବିଦ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ବୋମା ନିଷ୍କ୍ରିୟକାରୀ ଟିମ୍ ସହିତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସ୍କୁଲରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଏବଂ ଅନ୍ୟ ବିଦ୍ୟାଳୟ କର୍ମଚାରୀ ବାହାର କରି ଅପରେସନ ଆରମ୍ଭ କରିଛି ଟିମ୍ । ସ୍କୁଲକୁ ଆସିଥିବା ଧମକପୂର୍ଣ୍ଣ ଇ-ମେଲକୁ  ଚିହ୍ନଟ କରାଯାଉଛି । 

ଏହା ପୂର୍ବରୁ ଦିଲ୍ଲୀ ନୋଏଡ଼ାର ସ୍କୁଲ ଗୁଡ଼ିକୁ ବୋମା ଧମକ ଆସିଥିଲା । ବିଦ୍ୟାଳୟଗୁଡିକ ଉପରେ ବୋମା ପକାଇ ଉଡ଼ାଇଦିଆ ଯିବ ବୋଲି କେହି ଅଜ୍ଞାତ ଲୋକ ଧମକ ଦେଇଥିଲେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.