ଜୟପୁର ରଜାନଗର ଗୁଳିକାଣ୍ଡ ଘଟଣା ; ଗିରଫ ପରେ କୋର୍ଟ ଚାଲାଣ ହେଲା ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ର
8/11/2018 at 3:56 PM

କୋରାପୁଟ ୮|୧୧: ଜରପୁର ରଜାନଗର ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ରକୁ ଗିରଫ ପରେ କୋର୍ଟ ଚାଲାଣ କଲା ଜୟପୁର ପୋଲିସ । ବିକାଶକୁ ପୋଲିସ ଗତକାଲି ପଶ୍ଚିମବଂଗରୁ କାବୁ କରିଥିଲେ ବି ତାଠାରୁ ଗୁଳିକାଣ୍ଡରେ ବ୍ୟବହୃତ ହୋଇଥିବା ପିସ୍ତଲ ଓ ଅନ୍ୟ ମାରଣାସ୍ତ୍ରକୁ ଜବତ କରି ପାରିନି। ତେଣୁ ଅଧିକ ପଚାରା ଉଚରା କରିବାକୁ ୨ ଦିନିଆ ରିମାଣ୍ଡରେ ବିକାଶକୁ ଆଣାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଟାଉନ୍ ଥାନା ଅଧିକାରୀ।
ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ୨୫ ତାରିଖ ଦିନ ସ୍ଥାନୀୟ ରଜାନଗରଠାରେ ବିକାଶ ଓ ତାଙ୍କ ସହଯୋଗୀ ଗଡିଆ ଧୋବା ସାହିର ସନ୍ତୋଷ ନାୟକ ଓ ତାଙ୍କ ବାପା ନରେନ୍ଦ୍ର ନାୟକଙ୍କୁ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଉଭୟ ବାପା ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ ମୋଟ୍ ୮ ଜଣଙ୍କୁ ଅଭିଯୁକ୍ତ କରି ତଦନ୍ତ ଚଳାଇଛି। ପୋଲିସ ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ କାବୁ କରି ସାରିଥିବା ବେଳେ ବିକାଶ ପୋଲିସକୁ ଚକମା ଦେଇ ରାଜ୍ୟ ବାହାରକୁ ଚାଲିଯାଇଥିଲା। ଏପରିକି ସେ ଫେସବୁକରେ ଲାଇଭ୍ କରି ପୋଲିସକୁ ଚ୍ୟାଲେଂଜ ଦେଇଥିଲା। ଆଉ ଏବେ ପୋଲିସ ବିକାଶକୁ ଗିରଫ କରିବା ପରେ ଆସ୍ବସ୍ଥି ହୋଇଛି। ତେବେ ଏହି ଗୁଳିକାଣ୍ଡ ମଦ ବ୍ୟବସାୟକୁ ନେଇ ହୋଇଥିବା କହିଛନ୍ତି ଟାଉନ ଥାନା ଅଧିକାରୀ।