H3N2 ଇନଫ୍ଲୁଏଞ୍ଜା ରାଜସ୍ଥାନରେ ଏଣ୍ଟ୍ରି : SMS ହସ୍ପିଟାଲ ସ୍ପଷ୍ଟ କଲା ୫୪ କେସ୍
12/03/2023 at 1:59 PM

ଜୟପୁର ୧୨/୦୩ : ଦେଶର ବିଭିନ୍ନ ରାଜ୍ୟ ସହିତ ରାଜସ୍ଥାନରେ H3N2 ସ୍ୱାଇନ୍ ଫ୍ଲୁ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବହୁ ସଂଖ୍ୟକ ରୋଗୀ କାଶ ଏବଂ ଜ୍ୱରର ଅଭିଯୋଗ ନେଇ ଡାକ୍ତରଖାନାରେ ପହଞ୍ଚୁଛନ୍ତି । ଏସଏମଏସ ମେଡିକାଲ କଲେଜ ଏପର୍ଯ୍ୟନ୍ତ H3N2 ସ୍ୱାଇନ୍ ଫ୍ଲୁରେ ୫୪ଟି ପଜିଟିଭ୍ କେସ୍ ରିପୋର୍ଟ କରିଛି । କିନ୍ତୁ ପ୍ରତିଦିନ କେବଳ ୧୫ରୁ ୨୦ ଜଣଙ୍କର ନମୁନା ସଂଗ୍ରହ କରାଯାଉଛି । ଡାକ୍ତରଙ୍କ ଅନୁଯାୟୀ, ବିଶେଷ ସତର୍କତା ଅବଲମ୍ବନ କରି ଏହି ଫ୍ଲୁକୁ ଏଡାଯାଇ ପାରିବ । ହରିୟାଣା ଏବଂ କର୍ଣ୍ଣାଟକ ପରେ ବର୍ତ୍ତମାନ ରାଜସ୍ଥାନରେ ମଧ୍ୟ H3N2 ସ୍ୱାଇନ୍ ଫ୍ଲୁରେ ଦ୍ରୁତ ବୃଦ୍ଧି ଘଟିଛି।
SMS ହସ୍ପିଟାଲର ଡାକ୍ତର ପୁନିତ୍ ସକ୍ସେନା କହିଛନ୍ତି ଯେ, ରୋଗୀମାନେ ଥଣ୍ଡା, ଗଳା ଯନ୍ତ୍ରଣା ଏବଂ ଜ୍ୱରରେ ପୀଡ଼ିତ ହୋଇ ଡାକ୍ତରଖାନାରେ ପହଞ୍ଚୁଛନ୍ତି। H3N2 ଇନ୍ଫ୍ଲୁଏଞ୍ଜା ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଅଧିକ ଜ୍ୱର ପରେ ଦୀର୍ଘ ସମୟ ଧରି କାଶ ଲାଗି ରହୁଛି । ଡାକ୍ତରଙ୍କ କହିବାନୁସାରେ, ଏହି ଭୂତାଣୁ ଫ୍ଲୁ ବର୍ଗର ଅଟେ । ପାଣିପାଗର ପରିବର୍ତ୍ତନ ସହିତ ଏହାର ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହି ଜ୍ୱର ସାଧାରଣତଃ ୩ରୁ ୪ ଦିନ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ କେତେକ କ୍ଷେତ୍ରରେ ୬ରୁ ୭ ଦିନ ମଧ୍ୟରେ ଜ୍ୱର ଭଲ ହୋଇନଥାଏ। ଏହି ଜୀବାଣୁ ଦ୍ୱାରା ଆକ୍ରାନ୍ତ ରୋଗୀମାନଙ୍କଠାରେ ଜ୍ୱର କମିବା ପରେ କାଶ ଆରମ୍ଭ ହୁଏ ଏବଂ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । କେତେକ କ୍ଷେତ୍ରରେ ନିମୋନିଆ ହେବାର ଅବସ୍ଥା ମଧ୍ୟ ସୃଷ୍ଟି ହେଉଛି।
ଏସଏମଏସ ହସ୍ପିଟାଲର ଡାକ୍ତର ପୁନିତ୍ ସକ୍ସେନା କହିଛନ୍ତି ଯେ, ସତର୍କତା ଅବଲମ୍ବନ କରି ଏହି ଜୀବାଣୁରୁ ବର୍ତ୍ତି ପାରିବେ। ଏହି ଜୀବାଣୁକୁ ଏଡାଇବା ପାଇଁ ଥଣ୍ଡା ଏବଂ କାଶ ରୋଗୀଙ୍କଠାରୁ ସାମାଜିକ ଦୂରତା ରଖିବା ଉଚିତ୍ । ଭିଡ଼ରେ ମାସ୍କ ବ୍ୟବହାର କରାଯିବା ଉଚିତ୍ । ଏହି ଜୀବାଣୁ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଖବର ପାଇବା ପରେ ଚିନ୍ତା ବଢ଼ିଛି।
ଚିନ୍ତାଜନକ ବିଷୟ ହେଉଛି ଓଡିଶାରେ ନିଜ ଉପସ୍ଥିତି ଜାହିର କଲା H3N2 ଭୂତାଣୁ। ରାଜ୍ୟରେ ୫୯ ଜଣ H3N2 ଭୂତାଣୁରେ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଏହି ଭୂତାଣୁର ଲକ୍ଷଣ କୋଭିଡ- ୧୯ ଭଳି । ଶ୍ବାସକ୍ରିୟାରେ ସମସ୍ୟା, କ୍ରମାଗତ ଭାବେ ଜ୍ବର, ଛାତିରେ ଯନ୍ତ୍ରଣା ଆଦି ଏହାର ଲକ୍ଷଣ । ଏଭଳି ଅନୁଭବ ହେଲେ ତୁରନ୍ତ ଡାକ୍ତରଙ୍କ ପରାର୍ମଶ ନେବାକୁ ବିଶେଷଜ୍ଞ ମତ ଦେଇଛନ୍ତି । ସେପଟେ କେନ୍ଦ୍ର ଗାଇଡଲାଇନ୍ ଜାରି କରିଛି ।