ଅଟୋ ଚାଳକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଦେଶୀ ମହିଳା, ମାମଲା ରୁଜ୍ଜୁ

Published By : Prameya-News7 Bureau | September 26, 2019 IST

ଜୟପୁର୨୬|୯:  ଜୟପୁରରେ ପୁଣି ବିଦେଶୀ ମହିଳା ପର୍ଯ୍ୟଟକଙ୍କ ସହ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଆମେରିକୀୟ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ନିଜେ ସିନ୍ଧି କ୍ୟାମ୍ପ ଥାନାରେ ଅଟୋ ଡ୍ରାଇଭର ନାଁରେ ଅଭିଯାଗ କରିଛନ୍ତି। ବିଦେଶୀ ଯୁବତୀଙ୍କୁ ଦିନସାରା ଅଟୋରେ ବୁଲାଇବା ପରେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା କଥା ପୀଡ଼ିତା କହିଛନ୍ତି।

ପୀଡିତାଙ୍କ କହିବା ମୁତାବକ, ଜୟପୁର ବୁଲିବା ଲାଗି ସେ  ଏକ ଅଟୋ ରିଜର୍ଭ କରିଥିଲେ। ଅଟୋରେ ପୂରା ଦିନ ବୁଲିବା ପରେ ଅଭିଯୁକ୍ତ ଅଟୋବାଲାକୁ ସେ ଟଙ୍କା ଦେଥିଲେ। ବିଦେଶୀ ମହିଳାଙ୍କ ଅଭିଯୋଗ ଅନୁସାରେ ଅଟୋ ଡ୍ରାଇଭର କାନ୍ତିନଗରରେ ମହିଳାଙ୍କ ଲାଗି ଏକ ହୋଟେଲ ବୁକ୍ କରିଥିଲେ। ରାତିରେ ବିଦେଶୀ ମହିଳା ଓ ଅଟୋ ଡ୍ରାଇଭର ମିଶି ଏକାଠି ମଦ ପିଇବା ପରେ ବିଦେଶୀ ମହିଳାଙ୍କ ସହ ଅଟୋ ଡ୍ରାଇଭର ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ବିଦେଶୀ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ୩୭୬ ଧାରାରେ ମାମଲା ରୁଜ୍ଜୁ କରିବା ସହ ପୀଡ଼ିତାଙ୍କ ଡାକ୍ତର ମାଇନା କରାଯାଇଛି। 

ଅତିରିକ୍ତ ପୋଲିସ କମିଶନରଙ୍କ କହିବା ମୁତାବକ,  ମହିଳାଙ୍କୁ ନିଶା ଦେଇ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ତେଣୁ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯାଇ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.