ଧାମନଗର ଉପନିର୍ବାଚନ : ବୁଥ ଏବଂ ଓ୍ୱାର୍ଡ ସ୍ତରରେ ବିଜେପିର ସଂଗଠନ ରହିଛି, ଦଳ ନିଶ୍ଚିତ ଭଲ କରିବ-ଜୟନାରାୟଣ ମିଶ୍ର

Published By : Prameya-News7 Bureau | October 13, 2022 IST

ଭୁବନେଶ୍ୱର ୧୩।୧୦ : ବିଜେଡ଼ିରେ ଅଯୋଗ୍ୟତା ସବୁବେଳେ ଯୋଗ୍ୟତା ହୁଏ । କାହା ଦୁର୍ବଳତା ବିଜେପି ପାଇଁ ସବଳତା ନୁହେଁ । ଯେଉଁ ସମାଜରେ ମହିଳାଙ୍କୁ ଦେବୀର ଦର୍ଜା ଦିଆଯାଇଛି । ସେଠି ଭେଦଭାବର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ବିଜେପି ନେତା ଜୟନାରାଣ ମିଶ୍ର ।

ସେହିପରି ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ ବିଜେପିକୁ ଲାଭ ଦେଇପାରେ କି ପ୍ରଶ୍ନରେ ଜୟ ନାରାୟଣ କହିଲେ ଯେ, ସବୁଠି ଅସନ୍ତୋଷର ଫାଇଦା ବିରୋଧିଙ୍କୁ ମିଳେ । ଏଠି ବି ମିଳିପାରେ । ସବୁ ଜାଗାରେ ବ୍ରଜରାଜନଗର ଭଳି ସ୍ଥିତି ହୁଏ ନାହିଁ । କିନ୍ତୁ ଧାମନଗରରେ ତାର ପୁନରାବୃତ୍ତି ହେବ ନାହିଁ । ବୁଥ୍ ଏବଂ  ୱାର୍ଡ ସ୍ତରରେ ବିଜେପିର ସଙ୍ଗଠନ ରହିଛି । ଆଗକୁ ଓଡିଶାର ତିନି କେନ୍ଦ୍ର ମନ୍ତ୍ରୀ ମାନେ ପ୍ରଚାର କରିବେ । ବିଜେଡ଼ି ସରକାରରେ ଅନେକ ଅଯୋଗ୍ୟ ମନ୍ତ୍ରୀ ଅଛନ୍ତି । ନିଜ ବିଭାଗ ବିଷୟରେ ମନ୍ତ୍ରୀ ମାନେ ଜାଣୁନାହାନ୍ତି । ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳକୁ ନେଇ ବିଜେଡ଼ି ନିର୍ବାଚନ ଜିତୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.