‘ଜେଲର’ ଅଭିନେତା ମାରିମୁଥୁଙ୍କ ନିଧନ, ଡବିଂ କରୁଥିବେଳେ ହେଲା ହାର୍ଟଷ୍ଟ୍ରୋକ୍
8/09/2023 at 1:22 PM

ମୁମ୍ଵାଇ ୦୮।୦୯: ଲୋକପ୍ରିୟ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ଜି ମାରିମୁଥୁ । ୮ ସେପ୍ଟେମ୍ବରରେ ଅର୍ଥାତ୍ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି । ୫୮ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସକାଳ ପ୍ରାୟ ୮.୩୦ ସମୟରେ ସେ ଏକ ଟିଭି ଶୋ ପାଇଁ ଡବିଂ କରିବାକୁ ଯାଇଥିଲେ। ଏହି ସମୟରେ ସେ ତଳେ ପଡ଼ିଗଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମାରିମୁଥୁ ଏକ ୟୁଟ୍ୟୁବ୍ ସେନ୍ସେସ୍ ଥିଲେ ଏବଂ ଶେଷରେ ରଜନୀକାନ୍ତଙ୍କ ‘ଜେଲର’ରେ ଦେଖିବାକୁ ମିଳିଥିଲା । ତାଙ୍କର ହଠାତ୍ ମୃତ୍ୟୁ ସମସ୍ତଙ୍କ ପାଇଁ ଏକ ବଡ ଝଟକା ।
ଜି ମାରିମୁଥୁ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିବା ପାଇଁ ଜଣାଶୁଣା। ନିକଟରେ ସେ ‘ଜେଲର’ରେ ଭିଲେନଙ୍କ ସହାୟକ ଭୂମିକାରେ ଅଭିନୟ କରିଥିଲେ। ସେପ୍ଟେମ୍ବର ୨ରେ ସେ ଟିଭି ଶୋ ପାଇଁ ଡବିଂ କରୁଥିଲେ। ଏହି ଡବିଂ ଚେନ୍ନାଇର ଏକ ଡବିଂ ଷ୍ଟୁଡିଓରେ ଥିଲା ।
Condolences! Your work has been impeccable and irreplaceable. Rest in peace #Marimuthu pic.twitter.com/cdT2LgThwY
— Sun Pictures (@sunpictures) September 8, 2023
ଡାକ୍ତରମାନେ ହୃଦଘାତକୁ ମୃତ୍ୟୁର କାରଣ ବୋଲି କହିଛନ୍ତି। ତାଙ୍କର ଶବ ବ୍ୟବଚ୍ଛେଦ ପରେ ତାଙ୍କ ଚେନ୍ନାଇ ବାସଭବନକୁ ନିଆଯିବ। ଏହି ସାମ୍ନାକୁ ଆସିବା ମାତ୍ରେ ତାଙ୍କ ସାଥୀ ଅଭିନେତାମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହି ଦୁଃଖଦ ଘଟଣାରେ ସନ୍ ପ୍ରଡକ୍ସନ୍ ହାଉସ୍ ମଧ୍ୟ ସମବେଦନା ଜଣାଇଛି।