ଜେଲ୍‌ ୱାଡ଼ର୍‌ ପରୀକ୍ଷା ବେଳେ ବିଭ୍ରାଟ; କ୍ଷୁବ୍ଧ ପରିକ୍ଷାର୍ଥୀଙ୍କ ତୁମୁଳ କାଣ୍ଡ

Published By : Prameya-News7 Bureau | December 22, 2022 IST

ନୀଳଗିରି ୨୨/୧୨: ଜେଲ୍‌ ୱାଡର୍‌ ପ୍ରବେଶିକା ପରୀକ୍ଷାକୁ ନେଇ ତୁମୁଳ କାଣ୍ଡ। ପରୀକ୍ଷା ଲିଙ୍କ୍‌ ଆସିବାରେ ଡେରି ହେବାରୁ ଆଶାୟି ପ୍ରାର୍ଥୀମାନେ ଭଲଭାବେ ପରୀକ୍ଷା ଦେଇପାରି ନାହାନ୍ତି। ପରୀକ୍ଷାର ସମୟ ସୀମା ୨ ଘଣ୍ଟା ଥିବା ବେଳେ ପ୍ରାର୍ଥୀମାନେ ମାତ୍ର ୪୦ ମିନିଟ୍‌ ପରୀକ୍ଷା ଦେଇଛନ୍ତି। ଫଳରେ ଏହି ପରୀକ୍ଷାକୁ ବାତିଲ୍‌ କରି ପୁଣି ଥରେ ପରୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି। ସେପଟେ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଅପରାହ୍ଣରେ ହେଉଥିବା ଅନ୍ୟ ଏକ ପରୀକ୍ଷାକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଠା କରିଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରିର ଘାଟଘର ସାହିରେ ଥିବା ଆର୍‌କେସିଏଟି ଇଞ୍ଜିନିୟରିଂ କଲେଜ୍‌ରେ ଦେଖିବାକୁ ମିଳିଛି।

{"id":724088,"sizeSlug":"full","linkDestination":"none"}

ଖବର ଅନୁସାରେ, ଗୁରୁବାର ଜେଲ ୱାଡର ପ୍ରବେଶିକା ପରୀକ୍ଷା ପାଇଁ ଆର୍‌କେସିଏଟି ଇଞ୍ଜିନିୟର କଲେଜରେ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଆୟୋଜନ ହୋଇଥିଲା। ଏଥିପାଇଁ ସକାଳେ ପ୍ରାୟ ୨୦୦ରୁ ଅଧିକ ପ୍ରାର୍ଥୀ ପରୀକ୍ଷା ହଲକୁ ଯାଇଥିଲେ। ହେଲେ ପରୀକ୍ଷା ଲିଙ୍କ୍‌ ଡ଼େରିରେ ଆସିବାରୁ ବହୁ ଡେରିରେ ସେମାନେ ପରୀକ୍ଷା ଦେଇଥିଲେ। କିଛି ପ୍ରାର୍ଥୀ ମାତ୍ର ୨୦ ମିନିଟ ପରୀକ୍ଷା ଦେଇଥିବା ବେଳେ ଅନ୍ୟ କିଛି ୪୦ ମିନିଟ୍‌ ପରୀକ୍ଷା ଦେଇଥିଲେ। ଏଭଳି ଅବ୍ୟବସ୍ଥା ପାଇଁ ପରୀକ୍ଷାର୍ଥୀମାନେ ଆୟୋଜକଙ୍କୁ ଦାୟୀ କରିଛନ୍ତି। ଏହା ସହିତ ସେମାନେ ଅପରାହ୍ଣରେ ହେଉଥିବା ଆଉ ଏକ ପରୀକ୍ଷାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟି ଦେଇ ସେଠାରେ ପୋଲିସ ମୁତୟନ ହୋଇଛନ୍ତି। ସେପଟେ ଏପରି ଅବ୍ଯବସ୍ଥା ପାଇଁ ଆୟୋଜକ ତାଙ୍କର ଅସହାୟତା ପ୍ରକାଶ କରିଛନ୍ତି।

ସୂଚନାଥାଉକି, ଓଡ଼ିଶା କାରାଗାର ନିଯୁକ୍ତି ବୋର୍ଡ ପକ୍ଷରୁ ଏହି ପରୀକ୍ଷା କରାଯାଉଛି। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୨ ନଭେମ୍ୱର ୧୩ ଥିଲା। ଏହି ପରୀକ୍ଷା ମାଧ୍ୟମରେ ମୋଟ୍‌ ୪୦୩ଟି ଜେଲ୍‌ ୱାର୍ଡର ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ। ୨୦୨୨ ଡିସେମ୍ୱର ୨୨ରୁ ୨୬ ପର୍ଯ୍ୟନ୍ତ ଏହି ପରୀକ୍ଷା ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.