scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅର୍ଚ୍ଚନାଙ୍କ ପାଇଁ ଜେଲ୍ ପାଲଟିଛି ପଞ୍ଚତାରକା ହୋଟେଲ୍; ଅର୍ଚ୍ଚନା ପିନ୍ଧୁଛି ୫୦ହଳ ଡ୍ରେସ୍, ୧୦ହଳ ଯୋତା ସହ ପାଉଛି ରାଜକୀୟ ସେବା

21/09/2023 at 4:35 PM

ଭୁବନେଶ୍ୱର 21 /09 :  ବିଚାରଧୀନ ବନ୍ଦୀ ଅର୍ଚ୍ଚନା ନାଗ। ଜେଲରେ ରହୁଛନ୍ତି, ହେଲେ ଅଏସ୍ କମିନି। ବାହାରେ ଯେମିତି ଥିଲେ ଭିତରେ ବି ସେମିତି। କୌଣସି ଥିଲେ ନାହିଁ କମି।  ମିଳୁଛି  ସବୁ ରାଜକୀୟ ସୁବିଧା। ଦାମୀ କମ୍ପାନୀର ପରଫ୍ୟୁମ୍‌ ସାଙ୍ଗକୁ ଲିପ୍‌ଷ୍ଟିକ୍‌, ବ୍ରାଣ୍ଡେଡ୍‌ ମେକ୍‌ଅପ୍‌ ସାମଗ୍ରୀ ସବୁ ଯୋଗାଇ ଦିଆଯାଉଛି। ପାଖାପାଖି ୫୦ହଳ ଡ୍ରେସ୍‌  ସାଙ୍ଗକୁ ଅତି କମ୍‌ରେ ୧୦ ହଳ ଜୋତା ଥୁଆ ହୋଇଛି ଜେଲ୍‌ ଖୁଆଡ଼ରେ । ଫୋନ୍‌ରେ ଗପିବା ପାଇଁ ସିସିଟିଭି ନଥିବା ରୁମ୍‌ ଦିଆଯାଉଛି। ତାଙ୍କ ପାଇଁ ଜେଲ୍‌ର ସବୁ ନିୟମ ଯେମିତି ତୁଚ୍ଛ। ଏମିତି ବିସ୍ଫୋରକ ତଥ୍ୟ ଝାରପଡ଼ା ଜେଲ୍‌ ଚାରିକାନ୍ଥ ଡେଇଁ ଆସିଛି ପଦାକୁ। ନିକଟରେ ଜେଲ୍‌ରୁ ଜାମିନରେ ଆସିଥିବା ଜଣେ ମହିଳା କଏଦୀ ଖୋଲିଛନ୍ତି ଏହି ଗୁମର। ଏ ବିଷୟରେ ଜେଲ୍‌  କର୍ତ୍ତୃପକ୍ଷ ଖୋଲୁନାହାନ୍ତି ମୁହଁ। ଏମିତି ବି କୁହାଯାଉଛି ଯେ ତାଙ୍କ ପାଇଁ ଜେଲ୍‌ ପାଲଟିଛି ପଞ୍ଚ ତାରକା ହୋଟେଲ୍‌ । 

ନିୟମାନୁସାରେ, ଜେଲ୍‌ରେ ଥିବା ବିଚାରାଧୀନ ବନ୍ଦୀଙ୍କୁ ସପ୍ତାହକୁ ଥରେ କେହି ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ଭେଟିପାରିବେ । ସେମାନଙ୍କ ସବୁ ତଥ୍ୟ ଜେଲ୍‌ ରେଜିଷ୍ଟରରେ ରହିବ । ହେଲେ ଏବେ ଜେଲ୍‌କୁ ନିଜ ଘର ଭଳି ବ୍ୟବହାର କରୁଛନ୍ତି ଅର୍ଚ୍ଚନା । ପ୍ରତିଦିନ କେହି ନା କେହି ଅଜଣା ବ୍ୟକ୍ତି ତାଙ୍କୁ  ଭେଟିବାକୁ ଆସୁଛନ୍ତି । କିଏ ଆସୁଛନ୍ତି ତା ଖବର କାହା ପାଖରେ ନାହିଁ। ଯେଉଁମାନେ ତାଙ୍କୁ ଭେଟିବାକୁ ଆସୁଛନ୍ତି ସେମାନେ ଜେଲ୍‌ର ବରିଷ୍ଠ ଅଧିକାରୀଙ୍କ ରୁମ୍‌ରେ ବସି ଘଣ୍ଟା ଘଣ୍ଟା ସାକ୍ଷାତ କରୁଛନ୍ତି । ତା’ ପୁଣି କଫି ଓ ଚା’ ସହ… । ଜେଲ୍‌ ଭିତରେ ଥିବା ୱେଲ୍‌ଫେୟାର ରୁମ୍‌ରେ ଏକାଠି  ରହୁଛନ୍ତି ଜଗବନ୍ଧୁ ଓ ଅର୍ଚ୍ଚନା । କିଛିଦିନ ତଳେ ଜଣେ ନୂଆ କର୍ମଚାରୀ ଏହାକୁ ବିରୋଧ କରିଥିଲେ। ଫଳରେ ଅର୍ଚ୍ଚନା ତାଙ୍କୁ ଦେଇଥିଲେ ବଦଳି ଧମକ। ସମ୍ପୃକ୍ତ କର୍ମଚାରୀଙ୍କୁ  ବରିଷ୍ଠ ଅଧିକାରୀ ଗାଳି କରିଥିଲେ । ଖାଲି ସେତିକି ନୁହେଁ ବାହାର ଖାଦ୍ୟ, ବିରିୟାନି, କୋଲ୍ଡ କଫି ଯୋଗାଇ ଦିଆଯାଇଛି । ଅର୍ଚ୍ଚନାଙ୍କ ପାଇଁ କୌଣସି କଟକଣା ନାହିଁ। ଗିରଫ ହେବା ଦିନଠାରୁ ଏମିତି କେଉଁ ପୂଜା ପର୍ବ ନାହିଁ ଅର୍ଚ୍ଚନା ଜେଲ୍‌ରେ ନୂଆ ଡ୍ରେସ୍‌ ପିନ୍ଧିନି। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ପାଇଁ ଜେଲ୍‌ର କୌଣସି ନିୟମ ଲାଗୁ ନ ହେବା ଦେଖି କିଛି କଏଦୀ ଏନେଇ ଡିଜିପିଙ୍କୁ ଚିଠି ଲେଖିଥିଲେ। ହେଲେ ତାଙ୍କ ଚିଠିକୁ ଜେଲ୍‌ କର୍ତ୍ତୃପକ୍ଷ ଚାପି ଦେଇଥିଲେ । ଯାହାକୁ ନେଇ କଏଦୀମାନେ ଆନ୍ଦୋଳନ ଧମକ ଦେଇଥିଲେ । 

ଯେଉଁମାନେ ଆନ୍ଦୋଳନ କଥା ଉଠାଇଥିଲେ, ଜେଲ୍‌ର ବରିଷ୍ଠ ଅଧିକାରୀ ଜଣଙ୍କ ସେମାନଙ୍କୁ ସେଲ୍‌ରେ ପୂରାଇ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଜେଲ୍‌ ଭିତରେ ଅର୍ଚ୍ଚନା ଅନ୍ୟ ମହିଳା କଏଦୀଙ୍କୁ ବିଭିନ୍ନ ପ୍ରକାର ମେକଅପ୍‌ ସାମଗ୍ରୀ, ଡ୍ରେସ୍ ଓ ଶୁଖିଲା ଖାଦ୍ୟ ଦେଇ ନିଜ ଅକ୍ତିଆରରେ ରଖିଛନ୍ତି । ସେମାନେ ମଧ୍ୟ ଅର୍ଚ୍ଚନାର ସବୁ କାମ କରୁଛନ୍ତି । ସବୁ କଏଦୀଙ୍କ ପାଇଁ  ଜେଲ୍‌ ନିୟମ ଗୋଟିଏ ଆଉ ଅର୍ଚ୍ଚନା ପାଇଁ ସ୍ୱତନ୍ତ୍ର। ଏତେ ସୁବିଧା ଦେବା ପଛରେ ଅର୍ଥ କାରବାର ଥିବା ଅନ୍ୟ କଏଦୀମାନେ ଅଭିଯୋଗ କରିଛନ୍ତି। ଏ ବିଷୟରେ ଜେଲ୍‌ର ଅଧୀକ୍ଷକ ଏସ୍‌. ସ୍ୱାଇଁଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ।  

 ନେତା, ମନ୍ତ୍ରୀ, ଅଫିସର, ଓଲିଉଡ୍‌ ପ୍ରଯୋଜକ, ବ୍ୟବସାୟୀଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ବ୍ଲାକ୍‌ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରିଥିଲେ ଅର୍ଚ୍ଚନା ।  ଖଣ୍ଡଗିରି ଥାନା ପୁଲିସ୍‌ ୨୦୨୨ ଅକ୍ଟୋବର ୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Also Read- ଭିକ ମାଗୁଛନ୍ତି ବୁଢ଼ୀ ମାଉସୀ ; କିନ୍ତୁ କଥା ହେଉଛନ୍ତି ପୂରା English To English, ତାଙ୍କ କାହାଣୀ ଇଣ୍ଟରନେଟରେ କରୁଛି ଧମାଲ୍

   Related Posts