ସୁବର୍ଣ୍ଣପୁର ୧୨।୨: ଜେଲ୍ ଅନ୍ତେବାସୀଙ୍କୁ ଗଞ୍ଜେଇ ଯୋଗାଇବା ମହଙ୍ଗା ପଡିଲା ଜେଲ କର୍ମଚାରୀଙ୍କୁ । କାର୍ଯ୍ୟରୁ ନିଲମ୍ବିତ ହେଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଉପ କାରାଗାରରେ । ଅନ୍ତେବାସୀଙ୍କୁ ଗଂଜେଇ ଯୋଗାଇ ଦେଉଛନ୍ତି ନିଜେ ଜେଲ୍ କର୍ମଚାରୀ । କଏଦୀମାନଙ୍କୁ ଗଞ୍ଜେଇ ସହ ଚିଲମ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି ।
ୱାର୍ଡର ଦିଲ୍ଲୀପ କୁମାର ନାୟକ ଗଞ୍ଜେଇ ଓ ଚିଲମ ଧରି ଭିତରକୁ ଯାଇଥିଲେ । ଜେଲର ମୁଖ୍ୟ ୱାର୍ଡର ତାଙ୍କୁ ଚେକ୍ କରିଥିଲେ । ତାଙ୍କଠାରୁ ୪ଟି ପୁଡିଆ ଗଞ୍ଜେଇ ଜବତ ହୋଇଥିଲା । ଏନେଇ ଜେଲ୍ ତରଫରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୋନପୁର ଟାଉନ୍ ପୋଲିସ ୱାର୍ଡରଙ୍କ ନାମରେ ମାମଲା ରୁଜୁ କରି ଅନୁସନ୍ଧାନ କରୁଥିବାବେଳେ ସବ୍ ଜେଲର ସତ୍ୟନାରାୟଣ ବେହେରା ସଂପୃକ୍ତ ୱାର୍ଡରଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଜେଲରମାନେ ଯଦି ବେଆଇନ କାର୍ଯ୍ୟ କରିବେ ତାହେଲେ ଜେଲର ସୁରକ୍ଷା ଦାୟିତ୍ବ କାହାକୁ ଦେବେ ।