ଚୌଦ୍ୱାର ମଣ୍ଡଳ କାରାଗାରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ଜେଲ୍‌ ଡିଜି ମନୋଜ ଚାବରା

Published By : Prameya-News7 Bureau | November 04, 2022 IST

ଚୌଦ୍ୱାର ୦୪/୧୧: ଜେଲ ଡିଜି ମନୋଜ ଚାବରା କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହା ସହିତ ଜେଲ ଭିତରେ ସେ ଅନ୍ତେବାସୀମାନଙ୍କ ପାଇଁ କୌଶଳ ବିକାସ ଦ୍ୱାରା ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ଶିଳ୍ପ ଗୁଡ଼ିକ ବୁଲି ଦେଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଅନ୍ତେବାସୀମାନେ ୱେଲ୍ଡିଙ୍ଗ ଶିଖିବା ପାଇଁ କଟକ ଆଇଟିଆଇ ସହିତ ମିଳିତ ସହଯୋଗରେ ଏକ ୱେଲ୍ଡିଂଗ ୟୁନିଟ, ହେୟାର କଟିଙ୍ଗ ଏବଂ ବିୟୁଟି ଆସିଷ୍ଟାଣ୍ଟ ପାଇଁ ଇଣ୍ଡଲ୍ସ ବିଉଇଟି ଚେନ୍ ସହଯୋଗରେ ମହିଳା ଓ ପୁରୁଷ କଏଦୀ ଏହି ଶିକ୍ଷା ଲାଭ କରିପାରିବେ ବୋଲି ସେ କହିଛନ୍ତି।

ଚୌଦ୍ୱାର କାରାଗାର ଓଡ଼ିଶାର ଶ୍ରେଷ୍ଠ ଜେଲ ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଜେଲରେ ଥିବା ଅନ୍ତେବାସୀଙ୍କୁ ନୂଆ ଜ୍ଞାନକୌଶଳ ଦ୍ୱାରା ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶିଳ କରିବାପାଇଁ ସ୍କିଲ ଡେଭଲପେମେଣ୍ଟ ଜରିଆରେ କ୍ଷୁଦ୍ର ଶିଳ୍ପର ପ୍ରତିଷ୍ଠା କରାଯାଇଛି। ଫଳରେ ଜେଲରେ ରହୁଥିବା ୧୨ ହଜାରରୁ ଅଧିକ ଆଜୀବନ ଓ ବିଚାରଧୀନ କଏଦୀ ଉପକୃତ ହୋଇ ପାରିବେ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଚୌଦ୍ୱାର ଜେଲ ସୂପରିଟେଣ୍ଡେଣ୍ଟ ପ୍ରଦୀପ୍ତ ବେହେରାଙ୍କ ସହ ଜେଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.