ଚୌଦ୍ୱାର ଜେଲରେ ଜେଲ୍ ଡିଜି, ପରଖିଲେ ସୁରକ୍ଷା ବ୍ୟବସ୍ଥା
15/02/2023 at 1:56 PM

ଚୌଦ୍ୱାର ୧୫/୦୨: ଚୌଦ୍ୱାର ଜେଲରେ ପହଞ୍ଚି ଯାଞ୍ଚ କଲେ ଜେଲ୍ ଡିଜି ମନୋଜ ଛାବ୍ରା । ଜେଲର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଯାଞ୍ଚ୍ କରିଛନ୍ତି । ଗୋପାଳ ଦାସ ରହୁଥିବା ୩ ନଂ ସେଲକୁ ଜେଲ ଡ଼ିଜି ନିଜେ ତନଖି ଥିବା ବେଳେ ଗୋପାଳକୁ କଡ଼ାକଡ଼ି ନଜର ରଖିଥିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ଡିଜି ନିର୍ଦେଶ ଦେଇଛନ୍ତି ।
ଅନ୍ୟପଟେ ଗୋପାଳ ରହୁଥିବା ସେଲରେ ସିସି ଟିଭି କ୍ୟାମେରା ଲଗାଯାଇ ତାକୁ କଡ଼ା ନଜର ଭିତରେ ରଖିଛନ୍ତି ଜେଲ କର୍ତ୍ତୃପକ୍ଷ l ଗତକାଲି ହାଇ ପ୍ରୋଫାଇଲ୍ ଅପରାଧି ଗୋପାଳ କୁ ଚୌଦ୍ଵାର ଜେଲ୍ କୁ ଅଣାଯାଇଥିଲା l ଆଜି ଏହି ବିଷୟରେ ଡିଜି ଜେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି l
ସୂଚନାଥାଉକି, କଡା ସୁରକ୍ଷାରେ ଗୋପାଳକୁ ଜେଲର ୩ନଂ ସେଲରେ ରଖାଯାଇଛି । ୨୪ ଘଣ୍ଟିଆ ସୁରକ୍ଷା ବଳୟରେ ତାକୁ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ରଖାଯାଇଛି । ତାର ସ୍ୱାସ୍ଥ୍ୟ ଅବସ୍ଥା କେମିତି ରହିଛି ତାହା ଚୌଦ୍ଵାର ଜେଲ ପରିସରରେ ଥିବା ଡାକ୍ତରଖାନାରେ ଯାଞ୍ଚ୍ କରିଛନ୍ତି। ଜେଲ୍ ମାନୁଆଲରେ ଯେଉଁ ଖାଦ୍ୟ ବ୍ୟବସ୍ଥା ରହିଛି ସେଇ ଖାଦ୍ୟ ହିଁ ଗୋପାଳକୁ ଖାଇବାକୁ ଦିଆଯାଇଛି । ଚୌଦ୍ୱାର ଜେଲ ଅଧୀକ୍ଷକଙ୍କ ସହ ଜେଲ ଡିଜି ସମୀକ୍ଷା କରିଥିଲେ ।