ଜାପାନୀ ଜାହାଜ ଡାଇମଣ୍ଡ ପ୍ରିନ୍ସସେସ୍‌ରେ ଓଡ଼ିଆ ଯୁବକ, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ

Published By : Prameya-News7 Bureau | February 19, 2020 IST

ଭୁବନେଶ୍ବର ୧୯।୦୨: ଜାପାନ ଜାହାଜରେ ଓଡ଼ିଆ । ଚୀନ ସମେତ ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ମାରାତ୍ମକ ରୋଗ କରୋନା । ଏହାକୁ ନେଇ ଆମ ଦେଶରେ ଉଦ୍ବେଗ ମଧ୍ୟ କମ୍ ନୁହେଁ । ତେବେ ଜାପାନ ଉପକୂଳରେ ଅଟକି ରହିଥିବା ବିଳାସପୂର୍ଣ୍ଣ ଜାହାଜ- କ୍ରୁଜ୍ ଲାଇନ୍‌ର ବ୍ରହ୍ମପୁରର ଜଣେ  ଯୁବକ ରହିଛନ୍ତି । ସଂପୃକ୍ତ ଯୁବକ ଶିବାଶିଷ ନାୟକ ପୁରୁଣା ବ୍ରହ୍ମପୁରର ପନ୍ଦରାସାହି ବାସିନ୍ଦା ।

ଯୁବକ ଜଣକ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଜାହାଜରେ ଗତ ୧୪ ଦିନ ହେଲା ଫସିରହିଥିବା ଜଣାପଡ଼ିଛି । ଜାହାଜରେ ଥିବା ଓଡିଆ ଯୁବକଙ୍କ ଠାରେ କରୋନା ଆକ୍ରାନ୍ତ ନେଇ ପରୀକ୍ଷଣ କରାଯାଇଥିଲା । କିନ୍ତୁ ପରୀକ୍ଷଣରେ ତାଙ୍କ ଦେହରେ କରୋନା ଭୂତାଣୁ ନଥିବା ସ୍ପଷ୍ଟ ହୋଇଛି । ତେବେ ତାଙ୍କୁ କଣ ପାଇଁ ଜାପାନ ସରକାର ଛାଡୁନାହାନ୍ତି । ଘଟଣାରେ ହସ୍ତକ୍ଷେପ କରିବା ପାଇଁ ପରିବାର ଲୋକ ଓ ଶିବାଶିଷ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁଗ୍ରାମ ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ ଶିବାଶିଷ । ସେ କମ୍ପାନୀ ପକ୍ଷରୁ ସଂପୃକ୍ତ ଜାହାଜରେ କର୍ମଚାରୀ ଭାବେ କାମ କରୁଥିଲେ। ସେହି ଜାହାଜରେ ଥିବା  ୩ ହଜାର ୭୧୧ଲୋକଙ୍କ ମଧ୍ୟରୁ ୪୫୪ ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଫଳରେ ଶିବାଶିଷ ୧୪ ଦିନ ଧରି କ୍ରୁଜ୍ ଲାଇନର ଡାଇମଣ୍ଡ ପ୍ରିନ୍ସେସ୍ ମଧ୍ୟରେ ଅଟକି ରହିଛନ୍ତି । ଶିବାଶିଷ କିପରି ନିରାପଦରେ ଘରକୁ ଫେରିବେ ସେ ନେଇ ପରିବାର ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.