ବଜାରକୁ ଆସିବ ଜାଗୁଆର୍‌ର ଇଲେକ୍ଟ୍ରିକ୍ କାର୍ ଆଇ-ପେସ୍, ଆସନ୍ତା ବର୍ଷ ହେବ ଲଞ୍ଚ୍

Published By : Prameya-News7 Bureau | October 16, 2020 IST

ନୂଆଦିଲ୍ଲୀ, ୧୬|୧୦:   ଜାଗୁଆର ଲ୍ୟାଣ୍ଡ ରୋଭର ନିଜର ଇଲେକ୍ଟ୍ରିକ୍ କାର ଜାଗୁଆର ଆଇ-ପେସ୍ ଲଞ୍ଚ୍ କରିବା ନେଇ ଯୋଜନା ପ୍ରସ୍ତୁତ କରିଛି। ଏହି କାର୍ ଆସନ୍ତା ବର୍ଷ ଭାରତୀୟ ବଜାରରେ ଲଞ୍ଚ୍ ହେବ । ତେବେ ପରିବେଶକୁ ନଜରରେ ରଖି କମ୍ପାନୀ ଏହି କାର୍ ବଜାରକୁ ପ୍ରବେଶ କରିବ ବୋଲି ସୂଚନା ଦେଇଛି ।

ଏବି ବ୍ରିଟିଶ ବିଳାସପୂର୍ଣ୍ଣ କାର୍ ନିର୍ମାତା ଜାଗୁଆର ଲ୍ୟାଣ୍ଡ ରୋଭର ଭାରତର ଟାଟା ମୋଟର୍ସର ମାଲିକାନାରେ ରହିଛି । କମ୍ପାନୀ ଅଧିକ ଉନ୍ନତ ଭର୍ସନର କାର୍ ଲଞ୍ଚ୍ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛି । ଏହାସହ କମ୍ପାନୀ ଲ୍ୟାଣ୍ଡ୍ ରୋଭରରେ ଏସୟୁଭି ମଡେଲ ମଧ୍ୟ ଲଞ୍ଚ୍ କରିବ । ଏନେଇ ଜାଗୁଆର ଲ୍ୟାଣ୍ଡ୍ ରୋଭର ଇଣ୍ଡିଆର ମୁଖ୍ୟ ରୋହିତ ସୂରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କମ୍ପାନୀ ଗ୍ରାହକଙ୍କୁ ଉଚିତ୍ ଦାମରେ କାର୍ ଯୋଗାଇବ । ଯେଉଁଥିରେ ଗ୍ରାହକଙ୍କ ଚାହିଦା ଅନୁସାରେ ସମସ୍ତ ଫିଚର୍ ଦିଆଯାଇଛି । ଆସନ୍ତା ବର୍ଷର ପ୍ରଥମ ୩ ମାସ ମଧ୍ୟରେ ଆଇ-ପେସ୍ ବଜାରକୁ ଆସିଯିବ ।

ସୂଚନାଯୋଗ୍ୟ, ଗତ ଗୁରୁବାର କମ୍ପାନୀ ଭାରତରେ ଜାଗୁଆର ଲ୍ୟାଣ୍ଡ ରୋଭରର ଡିଫେଣ୍ଡର ଏସୟୁଭି ଲଞ୍ଚ୍ କରିଛି । ଦୀପାବଳି ଓ ଦଶହରାକୁ ନଜରରେ ରଖି କମ୍ପାନୀ ଏହି କାରର ବଜାର ପ୍ରବେଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.