ଗଞ୍ଜାମର ନୂଆ ଏସପି ଜଗମୋହନ ମୀନ୍ନା, ରବିବାର କଲେ ଦାୟିତ୍ୱ ଗ୍ରହଣ
8/01/2023 at 1:11 PM

ଖଲ୍ଲିକୋଟ 08/01: ଗଞ୍ଜାମ ଜିଲ୍ଲାର ନୂଆ ଏସପି ଭାବେ ଦାୟିତ୍ବଗ୍ରହଣ କରିଛନ୍ତି ଏସପି ଜଗମୋହନ ମୀନ୍ନା। ସେ 2013 ବ୍ୟାଚ ଯୁବ ଆଇପିଏସ ଅଧିକାରୀ। କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ବିଭାଗୀୟ ଅଧିକାରୀମାନେ ଫୁଲତୋଡା ଦେଇ ସ୍ବାଗତ ଜଣାଇଛନ୍ତି।
ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧୀ ସମସ୍ୟା ଉପରେ ବିଶେଷ ଗୁରୁତ୍ବ ଦିଆଯିବ ବୋଲି ଯୋଗ ଦେବା ଅବସରରେ ଏସ୍ପି କହିଛନ୍ତି। ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ଡିଆଇଜି ଭାବେ ବଦଳି କରାଯାଇଛି। ରବିବାର ପୂର୍ବତନ ଏସପିଙ୍କ ଠାରୁ ନୂତନ ଏସପି ଭାବେ ଜଗମୋହନ ମୀନ୍ନା ଦାୟିତ୍ବଗ୍ରହଣ କରିଛନ୍ତି।
ପୂର୍ବରୁ ଜଗମୋହନ ମୀନ୍ନା ଅନୁଗୁଳ ଏସ୍ପି ଭାବେ କାର୍ଯ୍ୟରତ ଥିଲେ। ଏହାସହ ସେ ମାଲକାନଗିରି ଭଳି ମାଓ ପ୍ରବଣ ଅଞ୍ଚଳରେ କାର୍ଯ୍ୟ କରିଥିବାରୁ ଗଞ୍ଜାମରେ ଅପରାଧୀ ସମସ୍ୟାକୁ ସେ ଅଧିକ ଦକ୍ଷତାର ସହିତ ମୁକାବିଲା କରି ପାରିବେ ବୋଲି କହିଛନ୍ତି । ଅପରାଧ ମୁକ୍ତ ଗଞ୍ଜାମ ଜିଲ୍ଲା କରିବା ଉପରେ ଅଧିକ ଫୋକସ ରହିବ ବୋଲି ସେ କହିଛନ୍ତି।