ନୂଆଦିଲ୍ଲୀ: ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ ବୁଧବାର ଆର୍ଏସ୍ଏସ୍ ଉପରେ ଟିପ୍ପଣୀ କରିବାକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି । ରାଜ୍ୟସଭାରେ ଗୃହ କାର୍ଯ୍ୟ ବେଳେ ସେ କହିଛନ୍ତି ଯେ ଏହା ରାଷ୍ଟ୍ର ସେବାରେ ନିୟୋଜିତ ସଂଗଠନ ଏବଂ ଏହାସହ ଜଡ଼ିତ ଲୋକ ନିସ୍ୱାର୍ଥ ଭାବରେ କାମ କରନ୍ତି । ଉପରାଷ୍ଟ୍ରପତି କହିଛନ୍ତି ଯେ ଦେଶ କାମରେ ନିୟୋଜିତ ସଂଗଠନର ଆଲୋଚନା କରିବା ସମ୍ୱିଧାନର ବିରୋଧ ଏବଂ ଦେଶର ବିକାଶ ଯାତ୍ରାର ଅଂଶୀଦାର ହେବାରେ ଏହାର ଅଧିକାର ରହିଛି । ଏହି ବୟାନ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗ୍ ରାଜ୍ୟସଭା ସଭାପତିଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ । ଏହି ହଙ୍ଗାମା ପରେ ବିଏସପି ଏବଂ ବିଜେଡି ସମେତ ବିରୋଧୀ ଦଳ ଗୃହ ତ୍ୟାଗ କରିଥିଲେ ।
ସମାଜପାର୍ଟି ସାଂସଦ ରାମଜୀ ସୁମନଙ୍କ ଦ୍ୱାରା ଏନଟିଏ ଅଧ୍ୟକ୍ଷଙ୍କ ନିଯୁକ୍ତି ଉପରେ କରିଥିବା ଟିପ୍ପଣୀରେ ସଭାପତି ଜଗଦୀପ ଧନଖଡ଼ ଅସନ୍ତୁଷ୍ଟ ଥିଲେ । ସାଂସଦଙ୍କ ଏନଟିଏ ଅଧ୍ୟକ୍ଷ ଆରଏସ୍ଏସ୍ ସହ ଜଡ଼ିତ ଥିବା ଟିପ୍ପଣୀରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାସହ ସେ କହିଥିଲେ ଯେ ଏହି ଟିପ୍ପଣୀ ସଂସଦର ରେକର୍ଡରେ ସାମିଲ ହେବ ନାହିଁ । ଅଧ୍ୟକ୍ଷ ଏହାପରେ କହିଥିଲେ ଯେ ଆର୍ଏସ୍ଏସ୍ର ଶାଖାରେ କୌଣସି ଦାଗ ନାହିଁ । କାହାକୁ ବି ଆର୍ଏସ୍ଏସ୍କୁ ଭାଗ-ଭାଗ କରିବା ଷଡ଼ଯନ୍ତ୍ର ରଚିବାକୁ ଦେବେ ନାହିଁ ।
ଅନ୍ୟପଟେ ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭା ସଭାପତିଙ୍କ ଏହି ଟିପ୍ପଣୀ ଉପରେ ଆପତ୍ତି ଉଠାଇଥିଲେ । ସେ କହିଥିଲେ ଯେପର୍ଯ୍ୟନ୍ତ କୌଣସି ସାଂସଦ ସଂସଦୀୟ କାର୍ଯ୍ୟର ନିୟମ ଉଲ୍ଲଂଘନ କରିନାହାନ୍ତି ସେପର୍ଯ୍ୟନ୍ତ ଅଧ୍ୟକ୍ଷ କୌଣସି ସଦସ୍ୟ ଉପରେ ଆପତ୍ତି ଉଠାଇ ପାରିବେ ନାହିଁ । ଏହାପରେ ଜବାବ ଦେଇ ଧନଖଡ଼଼ କହିଥିଲେ, 'କିଛି ଉଲ୍ଲଂଘନ ହେଲେ, ତାହା ଉପରେ ମୁଁ କହିପାରିବି । ଏଠାରେ ସାଂସଦ ଭାରତର ସମ୍ୱିଧାନ ବିରୋଧରେ ବୟାନ ଦେଉଥିଲେ..ମୁଁ ଏଥିପାଇଁ ଅନୁମତି ଦେବି ନାହିଁ, ଏହା ସମ୍ୱିଧାନର ଉଲ୍ଲଂଧନ ଅଟେ ।'