ଜଗତସିଂହପୁର ୦୬।୧୨ : ପାରାଦୀପ ସ୍ଥିତ ତୈଳ ବିଶୋଧନାଗାର ଆଗରେ ଶ୍ରମିକଙ୍କ ଗଣଧାରଣା । ବିଭିନ୍ନ ଦଫା ଦାବି ନେଇ କାର୍ଯ୍ୟରତ ଶ୍ରମିକ ମାନେ ଗଣଧାରଣା ଦେବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।
ଖବର ଅନୁଯାୟୀ, ପାରାଦୀପ -ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ଆନୁକୂଲ୍ୟରେ ୩ ହଜାରରୁ ଉର୍ଦ୍ଧ ଶ୍ରମିକ ଆଜିଠାରୁ କାମ ବନ୍ଦ କରି ଫାଟକ ଆଗରେ ଗଣ ଧାରଣା ଦେଇଛନ୍ତି । ଦୀର୍ଘ ବର୍ଷ ହେବ ସେମାନେ ଏଠାରେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଆଵଶ୍ୟକୀୟ ମଜୁରୀ ମିଳୁନାହିଁ । ଏଥି ସହିତ ଆହୁରି ଅନେକ ସମସ୍ୟା ଦେଇ ଶ୍ରମିକ ମାନେ ଗତି କରୁଛନ୍ତି । ଏ ବାବଦରେ ବିଭାଗୀୟ କତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶ୍ରମିକ ମାନେ ଶେଷରେ ଆନ୍ଦୋଳନକୁ ଓଲ୍ହାଇବାକୁ ବାଧ୍ୟ ହୋଇଛନ୍ତି । ତୁରନ୍ତ ଦାବି ପୂରଣ ନହେଲେ ଶ୍ରମିକ ମାନେ ସପରିବାରେ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛନ୍ତି ।