ଜଳମଗ୍ନ ଜଗତସିଂହପୁର ; ଚିନ୍ତାରେ ଚାଷୀକୁଳ
Published By : Prameya-News7 Bureau | July 21, 2018 IST
ଲଘୁଚାପ ଜନିତ ଲଗାଣ ବର୍ଷ। ବେହାଲ କରି ପକାଇଛି ଜଗତସିଂହପୁର ଜିଲାର ଚଷୀକୂଳକୁ । ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁ ବର୍ଷ। ଜଳ ନିସ୍କାସନ ହୋଇ ନପାରିବାରୁ ଜିଲାରେ ଶହସହ ଏକର ଚାଷ ଜମି ଜଳବନ୍ଦୀ ହୋଇ ପଡିବା ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେହି ପରି ଜିଲାରେ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ମଧ୍ୟ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ଫଳରେ ନଦୀ ନିକଟବର୍ତ୍ତୀ ଗାଁର ଲୋକ ମାନେ ଆତଙ୍କିତ ହୋଇ ପଡିଛନ୍ତି ।