ନଦୀରେ ବୁଡି ଯାଇ ୩ ନିଖୋଜ, ଜଣେ ଉଦ୍ଧାର
27/03/2023 at 12:38 PM

ଜଗତସିଂହପୁର ୨୭।୦୩ : ଜଗତସିଂହପୁର ମାଛଗାଁ ନିକଟରେ ଥିବା ଦେବୀ ନଦୀରେ ଅଘଟଣ । ନଦୀ ପାଣିରେ ବୁଡି ୩ ଜଣ ନିଖୋଜ ହୋଇଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି । ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ମାଛଗାଁ ନିକଟରେ ଥିବା ଦେବୀ ନଦୀରେ କିଛି ଯୁବକ ଗାଧୋଉଥିଲେ । ଏହି ସମୟରେ ହଠାତ୍ ଅସାବଧାନତଃ ହେତୁ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିଥିବା ବେଳେ ଆଉ ତିନି ଜଣ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଆରମ୍ଭ ହୋଇଛି ।

ସେପଟେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏବେ ଯାଏଁ ନିଖୋଜ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସମସ୍ତ ସ୍ଥାନୀୟ ଚନ୍ଦ୍ରପଡ଼ା ଗାଁର ବୋଲି ସୂଚନା ରହିଛି।