ନାବାଳିକା ଦୁଷ୍କର୍ମ ଅଭିଯୋଗ; ୨ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ କୋର୍ଟ

Published By : Prameya-News7 Bureau | November 29, 2022 IST

ଜଗତସିଂହପୁର ୨୯/୧୧: ଦୁଷ୍କର୍ମକାରୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ଏକ ଦୁଷ୍କର୍ମ ମାମଲାର ବିଚାର କରି ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ ଏହି ଐତିହାସିକ ରାୟ ଶୁଣାଇଛନ୍ତି। ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଯଡ଼ିତ ଥିଲେ। ସେମାନଙ୍କ ମଧ୍ୟରେ ୨ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଖବର ଅନୁସାରେ, ୨୦୧୪ରେ ପୀଡ଼ିତା ଦୋକାନରୁ ଫେରିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇଥିଲେ। ପରେ ସେମାନେ ତାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିଲେ। ଏନେଇ ପୋଲିସ ପକ୍ଷରୁ ୩୦୨, ୩୭୬, ୩୭୬(ଡି) ଇତ୍ୟାଦି ଦଫାରେ ଦୀର୍ଘ ୮ ବର୍ଷ ଧରି ମାମଲା ଚାଲିଥିଲା। ମଙ୍ଗଳବାର ଏହାର ଶୁଣାଣି କରି ପୋକ୍ସୋ ଅଦାଲତ ୨ ଅଭିଯୁକ୍ତଙ୍କୁ ମୃତ୍ୟ ଦଣ୍ଡରେ ଦଣ୍ଡିତ କରାଯାଇଛି ବୋଲି ସରକାରୀ ଓକିଲ ଦୋଳଗୋବିନ୍ଦ ଦାଶ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.