LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନଦୀରେ ବୁଡି ୩ ଛାତ୍ର ନିଖୋଜ ଘଟଣା, ମଙ୍ଗଳବାର ଆଉ ଜଣଙ୍କ ମୃତଦେହ ଠାବ

28/03/2023 at 8:01 AM

ଜଗତସିଂହପୁର ୨୮।୦୩ : ମାଛଗାଁ ନିକଟରେ ଦେବୀ ନଦୀରେ ବୁଡି ୩ ଛାତ୍ର ନିଖୋଜ ଘଟଣା । ଆଜି ସକାଳୁ ତୃତୀୟ ନିଖୋଜ ଛାତ୍ର ଶୁଭମ ପାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଦୁର୍ଘଟଣା ସ୍ଥଳ ଠାରୁ ୫୦୦ ମିଟର ଦୂର ମଙ୍ଗପୁର ନିକଟରୁ ମୃତଦେହ ଉଦ୍ଧାର ହୋଇଛି ।

ଖବର ଅନୁଯାୟୀ, ସୋମବାର ଦିନ  ୪ ଜଣ ସାଙ୍ଗ ହୋଇ ଜଗତସିଂହପୁର ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ବୁଡ଼ିଯାଇଥିଲେ ୩ ଜଣ । ଏମାନେ ସମସ୍ତେ ଭୁବନେଶ୍ୱରରେ ରହି ଭିନ୍ନ ଭିନ୍ନ ଶ୍ରେଣୀରେ ପାଠ ପଢୁଥିଲେ। ସମସ୍ତେ ସାଙ୍ଗ ହୋଇ ରବିବାର ଚନ୍ଦ୍ରପଡା ସ୍ଥିତ ସତ୍ୟବ୍ରତଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଉ ସୋମବାର ଗାଧୋଇବାକୁ ଯିବାବେଳେ ଘଟିଥିଲା ଅଘଟଣ । ସୋମବାର ଅନ୍ୟ ଦୁଇ ଜଣ ଛାତ୍ର ସ୍ୱାଭିମାନ ବାରିକ ଓ ସତ୍ୟବ୍ରତ ବାରିକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ବାକି ଆଉ ଜଣଙ୍କ ମୃତଦେହ ମଙ୍ଗଳବାର ଦିନ ସକାଳୁ ମୃତଦେହ ଠାବ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

   Related Posts