ଭିଜିଲାନ୍ସ ଜାଲରେ ଆର୍ଆଇ, ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ
16/09/2023 at 3:12 PM

ଜଗତସିଂହପୁର ୧୬।୦୯: ଭିଜିଲାନ୍ସ ଜାଲରେ ଆର୍ଆଇ । ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅଧିନ ବାହାରଣ ସର୍କଲ ଆଇଆଇ ରମାକାନ୍ତ ବେହେରାଙ୍କୁ ଧରିଛି ଭିଜିଲାନ୍ସ ।
ଖବର ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ୍ ଅଧୀନ ବାହାରଣା ସର୍କଲର ରମାକାନ୍ତ ବେହେରା ଆରଆଇ ଭାବେ କାମ କରୁଥିଲେ । ସେ ତାଙ୍କ ସର୍କଲ ଅନ୍ତର୍ଗତ ସାରେଣା ଗାଁର ନିକୁଞ୍ଜ କିଶୋର ସ୍ଵାଇଁଙ୍କ ଠାରୁ ଏକ ପାଟିସେନ କେସକୁ ରଫାଦଫା କରିବାକୁ ୪୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଆର୍ଆଇଙ୍କୁ ଧରିଲା ଭିଜିଲାନ୍ସ ।
ସେହିପରି କଟକ ଓ ଜଗତସିଂହପୁର ଭିଜିଲାନ୍ସ ବିଭାଗ ମିଳିତ ହୋଇ ଦୁଇ ଜାଗାରେ ଚାଲିଛି ରେଡ । ନିଜ ପୈତୃକ ବାସଭବନ କଣ୍ଟିଲୋ ଓ ଭଡାଘର କିଷନନଗର ଘରେ ବି ଚାଲିଛି ରେଡ୍। ଜଗତସିଂହପୁର କଟକ ଡିଜିଜନ ଏହି ମିଳିତ ଚଢାଉ ସାମିଲ ରହିଛି ।