ଜଗତସିଂହପୁର ଥାନାର ଏଏସଆଇ ଏବଂ ଓଏପିଏଫ ନିଲମ୍ବିତ

Published By : Prameya-News7 Bureau | September 18, 2018 IST

ଜଗତସିଂହପୁର ୧୮/୯ : ଜଗତସିଂହପୁର ଥାନାର ଏଏସଆଇ ରବୀନ୍ଦ୍ର ନାଥ ସେନାପତି ଏବଂ ଓଏପିଏଫ ଶିବ ଯାନୀ ନିଲମ୍ବିତ ହୋଇଛନ୍ତି । ନିଲମ୍ବନ କଲେ ଜଗତସିଂହପୁର ଏସପି ଓ ଆର ପ୍ରକାଶ । ଗତ୪ ଦିନ ତଳେ ସମାନ୍ୟ ଘଟଣାରେ ସଦର ଥାନା ଓଡ଼ିଶୋ ଗାଁର ଲିଙ୍ଗରାଜ ଦାସ ନାମକ ଜଣେ ଯୁବକଙ୍କୁ ରାତି ଅଧରେ ଘରୁ ଉଠାଇ ଆଣିବା ସହ ହାଜତ ଭିତରେ ପସାଇ ନିସ୍ତୁକ ମାଡ଼ ମାରି ଗୁରୁତର କରିଥିଲେ । ଗୁରୁତର ଅବସ୍ଥାରେ ସଂପୃକ୍ତ ଯୁବକ ଏବେ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଏସପି ଏହାର ତଦନ୍ତ କରି ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଥିବାର ଜଣାପଡିଛି । ଅପରପକ୍ଷରେ ଅନ୍ୟ ଅଭିଯୁକ୍ତ ପୋଲିସ କର୍ମଚରୀ ପିଏସଆଇ ରଶ୍ମିରଞ୍ଜନ ମଲ୍ଲିକ ଙ୍କର ତଦନ୍ତ ଚାଲିଥିବାର ଏସପି ସୂଚନା ଦେଇଛନ୍ତି ।[gallery ids="43598"]

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.