ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ

Published By : Prameya-News7 Bureau | November 28, 2020 IST

ଭୁବନେଶ୍ବର୨୮/୧୧: ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ। ଟ୍ରକ୍‌ ଦୁର୍ଘଟଣାରେ ଅମୃତ ଦାସଙ୍କ ମୃତ୍ୟୁ ହୋଇଥିଲା। ବାଇକ୍‌ ପଛରେ ବସିଥିବା ଅରୁଣ ପଟ୍ଟନାୟକ ଗୁରୁତର ହୋଇଥିଲେ। ଦୀର୍ଘ ୧୫ ଧରି ଅରୁଣ କଟକ ଏସ୍‌ସିବିରେ ୧୫ ଦିନ ଚିକିତ୍ସା ହୋଇଥିଲେ। କଟକ-ପାରାଦୀପ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଦୁର୍ଘଟଣାର ୭ ମାସ ପରେ କୋର୍ଟରେ ହତ୍ୟା ଅଭିଯୋଗ କରିଥିଲେ ମାଆ। ପୋଲିସ ତଦନ୍ତରୁ ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପ୍ରମାଣିତ ହୋଇଥିଲା।

ସୂଚନାଥାଉକି ଶନିବାର ବିଧାନ ସଭା ଚାଲିଥିବା ବେଳେ ଜଣେ ମା’ ଏବଂ ତାଙ୍କ ପୁଅ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଠିକ୍‌ ସମୟରେ କମିଶନରେଟ୍ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ପୁଅକୁ ଘଟଣାସ୍ଥଳରୁ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.