scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚନ୍ଦ୍ରାୟନ-୩ ର ସଫଳତା କାମନା କଲେ ଜଗତଗୁରୁ, ବୈଜ୍ଞାନିକଙ୍କ ଉଦ୍ୟମକୁ କଲେ ପ୍ରଶଂସା

23/08/2023 at 3:05 PM

ପୁରୀ ୨୩/୦୮: ଚନ୍ଦ୍ରାୟନ-୩ ର ସଫଳତା କାମନା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ଏଥିସହ ଇସ୍ରୋର ବୈଜ୍ଞାନିକ ମାନଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି ଚନ୍ଦ୍ରାୟନ-୩ର ସଫଳତା ଶ୍ରେୟ କେବଳ ଇସ୍ରୋର ବୈଜ୍ଞାନିକ ମାନଙ୍କୁ ହିଁ ଦିଆଯାଇପାରିବ।

ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ଚନ୍ଦ୍ରାୟନ-୩ ପ୍ରଥମ ହେବ। ଏହା ଭାରତକୁ ଗୌରବାନ୍ବିତ କରିବ। ସ୍ପେସ୍ ସାଇନ୍ସକୁ ଚନ୍ଦ୍ରାୟନ-୩ ଏକ ନୂତନ ଦିଗ ଦେବ ବୋଲି କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେଠାରେ ଯେଉଁ ଫଟୋଗ୍ରାଫ ଏବଂ ମାଟି ଗୁଡିକ ସଂଗ୍ରହ କରାଯିବ ତାକୁ ବୈଜ୍ଞାନିକ ପଦ୍ଧତିରେ ଉତ୍ତମ ଭାବେ ପରୀକ୍ଷା କରାଯିବ।

ଫଳରେ ସେଠାରେ ଜୀବଜଗତ ତିଷ୍ଠି ରହିପାରିବ କି ନାହିଁ, ଜଳ ଅଛି କି ନାହିଁ, ଯଦି ଜଳ ଅଛି ତେବେ କେଉଁ ମାନରେ ଜଳ ରହିଛି, ସେଠାରେ କିଛି ଜୀବାତ୍ମା ଅଛନ୍ତି କି ନାହିଁ ଏ ସମସ୍ତ ଜ୍ଞାନ କୌଶଳ ସାରା ବିଶ୍ବ ପାଇଁ ଏକ ଦିଗଦଷ୍ଟା ସାଜିବ ବୋଲି କହିଛନ୍ତି ପୁରୀ ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ।

   Related Posts