ଶାବର ଶ୍ରୀକ୍ଷେତ୍ର ଶବରେଶ୍ଵର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା
18/02/2023 at 12:48 PM

କୋରାପୁଟ ୧୮/୦୨: ପବିତ୍ର ମହାଶିବରାତ୍ରି । ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭିଡ଼ ଲାଗିଛି । କୋରାପୁଟ ଶାବର ଶ୍ରୀକ୍ଷେତ୍ର ପରିସରରେ ଶ୍ରୀ ଶବରେଶ୍ଵର ମନ୍ଦିରରେ ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ଦର୍ଶନ କରୁଛନ୍ତି ।
ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ପୁଜାର୍ଚ୍ଚନା । ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଏଠାରେ ଭକ୍ତଙ୍କ ସୁଅ ଛୁଟିଛି । ରାତି ୧ଘଣ୍ଟା ୩୦ ମିନିଟ୍ ରୁ ୨ଘଣ୍ଟା ୩୦ ମିନିଟ ମଧ୍ୟରେ ଉଠିବ ପ୍ରଭୁଙ୍କ ମହାଦୀପ। ମଦନମୋହନ ଲକ୍ଷ୍ମୀ ସରସ୍ଵତୀଙ୍କ ସହ ହରିହର ଭେଟ କରାଯିବ ।
ହରିହର ଭେଟ ନୀତି ପାଇଁ ସହରର ସମସ୍ତ ଶୈବ ମନ୍ଦିରରେ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସନ୍ଧ୍ୟା ଆଳତି ଯିବା ନେଇ ସୂଚନା ଦେଲେ ନେଇ ମନ୍ଦିର କମିଟି । ଶାବର ଶ୍ରୀକ୍ଷେତ୍ର ମନ୍ଦିରରେ ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଶାବର ଶ୍ରୀକ୍ଷେତ୍ର ଜିଲ୍ଲାର ପ୍ରମୁଖ ତିର୍ଥ କ୍ଷେତ୍ର ହୋଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ମଧ୍ୟ କଡା ବ୍ୟବସ୍ଥା କରାଯାଇଛି।