Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ସରିଲା ଜାଗର ଯାତ୍ରା, ବାବାମଣୀଙ୍କୁ ଦିଗମ୍ବର ବେଶରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

19/02/2023 at 7:27 AM

ଭଦ୍ରକ ୧୯।୦୨: ସରିଲା ଜାଗର ଯାତ୍ରା । ଅନ୍ୟତମ ଶୈବ ପୀଠ ଭଦ୍ରକର ବାବା ଆଖଣ୍ଡଳମଣିଙ୍କର ଜାଗର ଯାତ୍ରା ନିର୍ଦ୍ଧାରିତ ସମୟ ଅନୁସାରେ ଆୟୋଜିତ ହୋଇଛି । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଚାରି ପ୍ରହର ପୂଜା ପରେ ବାବାମଣୀଙ୍କୁ ସୁନା ବେଶ ବା ରାଜରାଜେଶ୍ୱର ବେଶରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ପରେ ମହାଦୀପ ଷୋଡଶ ଉପଚାର ପୂଜା , ପ୍ରତିଷ୍ଠା , ଅଗ୍ନି ସଂଯୋଗ ଓ ଯଜ୍ଞ ପରେ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ । ପରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ମହାଦୀପକୁ ମନ୍ଦିର ଚୂଡାରେ ସ୍ଥାପନ କରାଯାଇଛି । ସଖାଳ ୬ ଟା ୩୦ ମିନିଟ ପର୍ଯ୍ୟନ୍ତ ସୁନା ବେଶରେ ଦର୍ଶନ ପରେ ପୁଣି ଦିଗମ୍ବର ବେଶରେ ବାବା ଦର୍ଶନ ଦେଉଛନ୍ତି ।

   Related Posts