suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଧବଳେଶ୍ୱରଙ୍କୁ ଦର୍ଶନ ସହ ଜାଗର ବ୍ରତ ପାଳୁଛନ୍ତି ବ୍ରତଧାରୀ, ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

18/02/2023 at 8:29 AM

ଆଠଗଡ଼ ୧୮/୦୨: ଶନିବାର ମହାଶିବରାତ୍ରି ବା ଜାଗର ପର୍ବ । ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ଜାଗର ବ୍ରତ ପାଳୁଛନ୍ତି ଶ୍ରଦ୍ଧାଳୁ । ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ପୀଠରେ ଜାଗର ପାଇଁ ସମାଗମ ହେଲାଣି । ଶ୍ରଦ୍ଧାଳୁଙ୍କ ଶାନ୍ତିଶୃଙ୍ଖଳା ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଏଥର ଜାଗରରେ ଝୁଲାପୋଲ କି ଡଙ୍ଗା ଯୋଗେ ନୂହେଁ ମହାନଦୀ ଭିତରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ସେଥିପାଇଁ ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ବର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ । ପୂଜକ ସମିତି ପକ୍ଷରୁ ଭୋର ଚାରିଟାରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବା ସହିତ କେତକୀ ଫୁଲରେ ସଜିତ କରାଯାଇ ବିନା ଭକ୍ତରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର ।

ଅପରାହ୍ନରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି ବେଢ଼ା ପରିକ୍ରମା କରାଯିବା ସହିତ ରାତ୍ର ଗୋଟାଏ ରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୀଠରେ ବ୍ୟାରିକେଡ଼ ସିସିଟିଭ ସମେତ ୮ଜଣ ମାଜିଷ୍ଟେଟ୍ ୫ଜନ ଡିଏସପି, ୫ଇନ୍ସପେ୍ଟର, ୧୪ଜଣ ସବ୍ ଇନସପେକ୍ଟର, ୧୫ ଏଆସଆଇ,୨ ପ୍ଲାଟୁନ୍ ଫୋର୍ସଙ୍କ ସହ ୪୦ ଏପିର ଫୋର୍ସ ପୋଲିସ ମୁତ୍ତୟନ ହୋଇଛନ୍ତି ।

   Related Posts