ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ – ଟିକ୍ଟକ୍ରେ ଭାଇରାଲ୍ ହେଲା ଶ୍ରୀମନ୍ଦିର ବେଢାର ଭିଡିଓ

Published By : Prameya-News7 Bureau | October 28, 2019 IST

ପୁରୀ ୨୮।୧୦ -ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡ଼ିଓ ପୁଣିଥରେ ଭାଇରାଲ । ଜଣେ ଯୁବତୀ ନିଜ ଟିକଟକ୍ ଆକାଉଣ୍ଟରେ ଏହି ଭିଡ଼ିଓ ଓ ଫଟୋ ଭାଇରାଲ କରିଛନ୍ତି। ଏଥିରେ ଶ୍ରୀମନ୍ଦିର ଭିତର ଦୃଶ୍ୟର ଭିଡ଼ିଓ କରି ଭଜନ ସହ ଦର୍ଶଯାଇଛି। ତେବେ ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍ ହେବା ଘଟଣା ଶ୍ରୀମନ୍ଦିରରେ ସୁରକ୍ଷା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ଲଗାମ କସିବାକୁ ଯେତେ ଚେଷ୍ଟା ହେଉଛି ସେତିକି ଲଗାମ ଛଡା ହେଉଛି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା । ଦେଖନ୍ତୁ ଏହି ଭିଡିଓକୁ । ଏହା ହେଉଛି ଏକ ଟିକ୍ଟକ୍ ଭିଡିଓ । ଯେଉଁଥିରେ ଶ୍ରୀମନ୍ଦିର ଭିତରର ଦୃଶ୍ୟ ରହିଛି ।ଏକ ଭଜନର ମୁଖୁଡା ସହ ଶ୍ରୀମନ୍ଦିରର ଭିତିରର ଭିଜୁଆଲକୁ ଯୋଡାଯାଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି । ବେଢ଼ା ଭିତରେ ଭୋଗମଣ୍ଡପ ସମ୍ମୁଖରେ ଅବଢ଼ା ଯାଉଥିବା ବେଳେ ଭିଡିଓ ସୁଟିଂ କରାଯାଇଛି । ଭିଡିଓରେ ଦେଖାଯାଉଛି ଆନନ୍ଦବଜାରକୁ ଅବଢ଼ା ବୁହା ହୋଇ ଯାଉଛି, ବାଇଶି ପାହାଚ ସ୍ପଷ୍ଟ ଦେଖାଯାଉଛି । ଭିଡିଓଟିରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଚଳାଚଳ ସହ ମହାପ୍ରସାଦ ଗ୍ରହଣ ସମୟର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି |

{"id":176141}

ଜଣେ ଯୁବତୀ ନିଜ ଟିକଟକ୍ ଆକାଉଣ୍ଟ ଆଇଡ଼ି @userseucss@80 ରେ ଏହି ଭିଡ଼ିଓ ଓ ଫଟୋ ଭାଇରାଲ କରିଛନ୍ତି। ଏହି ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁ ଟିକ୍ଟକ୍ ଆକାଉଣ୍ଟରେ ଏହି ଭିଡିଓ ପଡିଛି ସେହି ଯୁବତୀ ଏହି ଭିଜୁଆଲ୍ ମନ୍ଦିର ଭିତରୁ ଆଣିଛନ୍ତି କି ? ଅନ୍ୟକେହି ମନ୍ଦିର ଭିତରର ଭିଜୁଆଲ୍ ଆଣି ଏପରି କରିଛନ୍ତି କି ? ଭିଡିଓ କେଉଁ ମସିହାରା ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ସବୁଠାରୁ ବଡ ପ୍ରଶ୍ନ ଏତେ ସୁରକ୍ଷା ସତ୍ବେ ମନ୍ଦିର ଭିତରକୁ ମୋବାଇଲ୍ ବା କ୍ୟାମେରା ଗଲା କେମିତି ? ଅନ୍ୟପଟେ ଏ ନେଇ କୌଣସି ଏତଲା ଦିଆଯାଇନାହିଁ । ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି |

{"id":176144}


କିଛି ଦିନ ତଳେ ନବାଗତା ନାୟିକାଙ୍କ ସହ ସେଲଫି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯିବା ପରେ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ସେହିଭଳି ୨୦୧୮ ନଭେମ୍ବର ୫ରେ ବେଙ୍ଗାଳୁରୁର ମେଙ୍ଗା ଲୁଗୁରା ଶ୍ରୀମନ୍ଦିରର ଫଟୋ ଉଠାଇ ଭାଇରାଲ୍ କରିଥିଲେ । ସେହିଭଳି ୨୦୧୮ ଅକ୍ଟୋବର ୧୮ରେ ସମୁଦ୍ରକୂଳ ଥାନାର ଜଣେ ପୋଲିସ ବାବୁ ବାଇଶି ପାହାଚରେ ଶ୍ରାଦ୍ଧ ଦେବା ବେଳେ ଫଟୋ ଉଠାଇ ଭାଇରାଲ୍ କରିଥିଲେ ।ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ସେହିଭଳି ୨୦୧୭ ଏପ୍ରିଲ୍ରେ ଉତ୍ତର ପ୍ରଦେଶର ବିନୋଦ ସିଂ ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତର ସହ ବିମଳା ମନ୍ଦିର, ବାଇଶି ପାହାଚ ଆଦିର ଫଟୋ ଫେସ୍ ବୁକ୍ରେ ଅପଲୋଡ୍ କରିଥିଲ ।

{"id":176146}

ସୁରଟର ହିତେଶ ସୋନାନି ନାମକ ଜଣେ ଇସ୍କନ୍ ଭକ୍ତ ତାଙ୍କ ପରିବାର ସହ ଆସି ଶ୍ରୀମନ୍ଦିର ବିଭିନ୍ ଭାଗରେ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡିଆାରେ ଅପଲୋଡ୍ କରିଥିଲେ । ପରେ ଏନେଇ ବିବାଦ ଆସିବା ପରେ ସେ ସୋସିଆଳ୍ ମିଡିଆୁ ଏହାକୁ ଡିଲିଟ୍ କରିଥିଲେ । ସେହିଭଳି ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ବି ଭାଇରାଲ୍ ହୋଇଥିଲା । କେବଳ ଏତିକି ନୁହେଁ ଅନେକ ସମୟରେ ସୁରକ୍ଷା ବ୍ୟବସ୍ଥା ସତ୍ବେ ମନ୍ଦିର ଭିତରକୁ ମୋବାଇଲ୍ ଯିବା ଏବଂ ଭିଡିଓ ଫଟୋ ଭାଇରାଲ୍ ହେବା ଘଟଣା ସାମ୍ନାକୁ ଆସିଛି । ତେବେ ଏବେ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.