ଯାଜପୁରରେ ୩୭ତମ ଜଗନ୍ନାଥ ଚେତନା ମହା ଅଧିବେଶନ

Published By : Prameya-News7 Bureau | February 01, 2019 IST

ଯାଜପୁର ୧|୨:  ଆଜିଠୁ ଯାଜପୁର ବାଳାଶ୍ରମ ପଡିଆରେ ୩୭ତମ ଜଗନ୍ନାଥ ଚେତନା ମହା ଅଧିବେଶନ ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟ ରେ । ଆଜି ଶ୍ରୀକ୍ଷେତ୍ର ପୁରୀରୁ ଆଜ୍ଞା ମାଳ ଆସି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କ ପାଖରେ ପହଞ୍ଚିବା ପରେ ସେଠାରୁ ସ୍ଵତନ୍ତ୍ର ନାମ ସଂକୀର୍ତନ କରାଯାଇ ଅଧିବେଶନ ଠାରେ ପହଞ୍ଚିବ ।

{"id":80440}

ମହାପ୍ରଭୁଙ୍କର ୩୨ ବେସ ଓ ୫୬ ଭୋଗ ଲାଗିବା ସହ ମହାବିଷ୍ଣୁଙ୍କର ଅବତାର ପ୍ରଦର୍ଶିତ ହେବ । ଜଗନ୍ନାଥଙ୍କର ଚେତନାକୁ ପ୍ରସାର ଓ ପ୍ରଚାର ଦ୍ଵାରା ଯାଜପୁର ଜିଲ୍ଲାର ଘରେ ଘରେ ପହଞ୍ଚାଇବା ପାଇଁ  ଏହି ଅଧିବେଶନ କରାଯାଉଛି । ପଣ୍ଡିତ ରଥ ଶର୍ମାଙ୍କ ତତ୍ଵାବଧାନରେ ଜଗନ୍ନାଥ ଚେତନାର ମହା ଅଧିବେଶନ ଆରମ୍ଭ କରାଯାଉଛି । ଏହି ଅଧିବେଶନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.