CJIଙ୍କୁ ଚିଠି ଲେଖିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ଚନ୍ଦ୍ରବାବୁଙ୍କ ସହ ମିଶି ସରକାର ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଜଜ୍

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧।୧୦: ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଜଜ୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସୁପ୍ରିମକୋର୍ଟର ଜଜ୍‌ଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ରେଡ୍ଡୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌,ଏ. ବୋବଡେଙ୍କୁ ଏନେଇ ଚିଠି ଲେଖି ନିଜର ଅଭିଯୋଗ ଜଣାଇଛନ୍ତି । ଅଭିଯୋଗ ଅନୁସାରେ ସୁପ୍ରିମକୋର୍ଟର ନମ୍ବର ୨ ଜଜ୍‌ ଏନ.ବି. ରମ୍‌ନ୍ନା ଓ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମିଶି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ।

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଛନ୍ତି ଯେ, ଜଷ୍ଟିସ୍‌ ରମ୍‌ନ୍ନାଙ୍କ ଝିଅମାନେ ଜମି କିଣାବିକାରେ ସାମିଲ ଥିଲେ । ପରବର୍ତ୍ତୀ ସମୟରେ ସେମାନେ ଜଷ୍ଟିସ୍‌ ରମ୍‌ନ୍ନାଙ୍କୁ ଚନ୍ଦ୍ରବାବୁଙ୍କ ମାମଲାକୁ ପ୍ରଭାବିତ କରିବା ପାଇଁ କହିଥିଲେ ।  ୬ ଅକ୍ଟୋବରକୁ ଏହି ଚିଠି ପ୍ରଧାନ ବିଚାରପତିଙ୍କୁ ଲେଖାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ତରଫରୁ ଏହି ଚିଠିକୁ ରିଲିଜ କରାଯାଇଛି । ଚିଠିରେ ଘଟଣାସମ୍ପର୍କରେ ମଧ୍ୟ କିଛି  ତଥ୍ୟ  ରହିଛି । ମେ ୨୦୧୯ରେ YSR କଂଗ୍ରେସ ପାର୍ଟି ସରକାର ଭାର ସମ୍ଭାଳିଥିଲା । ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ୨୦୧୪-୨୦୧୯ ପର୍ଯ୍ୟନ୍ତ ମଧ୍ୟରେ ହୋଇଥିବା ସମସ୍ତ ମାମଲାର ତ୍ୱରିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେବେଠାରୁ ଜଷ୍ଟିସ୍‌ ରମ୍‌ନ୍ନା ରାଜ୍ୟରେ ନ୍ୟାୟିକ ପ୍ରଶାସନକୁ ପ୍ରଭାବିତ କରିବାରେ ଲାଗିଛନ୍ତି । ଏପରିକି ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ମିଶି ରାଜ୍ୟ ସରକାରଙ୍କୁ ଅସ୍ଥିର କରିବା ପାଇଁ ଉଦ୍ୟମ କରୁଛନ୍ତି ।  

wp:html /wp:html

ମୁଖ୍ୟମନ୍ତ୍ରୀ ରେଡ୍ଡୀ ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ଜମି କାରବାର ନେଇ ରାଜ୍ୟର ପୂର୍ବ ଆଡଭୋକେଟ ଜେନେରାଲ ଦମଲପତି ଶ୍ରୀନିବାସଙ୍କ ଉପରେ ଯାଞ୍ଚ କମିଟି ବସିଥିଲା , କିନ୍ତୁ  ତାଉପରେ ହାଇକୋର୍ଟ ଷ୍ଟେ ଦେଇଦେଇଛନ୍ତି । ସେପଟେ ଦୁର୍ନୀତି ନିବାରଣ ବ୍ୟୁରୋ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେହିପରି ୧୫ ସେପ୍ଟେମ୍ବରରେ ହାଇକୋର୍ଟ ଗଣମାଧ୍ୟମକୁ ଏସିବି ତରଫରୁ ପୂର୍ବ ଆଡଭୋକେଟ ଜେନେରାଲଙ୍କ ଉପରେ ରୁଜୁ ହୋଇଥିବା ମାମଲାର ପ୍ରସାରଣ ଉପରେ ରୋକ ଲଗାଇଦେଇଥିଲେ । କିନ୍ତୁ ଏହି ମାମଲା ଶ୍ରୀନିବାସଙ୍କ ଅମରାବତି ଠାରେ ଜମିକାରବାର ନେଇ ହୋଇଥିଲା ।

ସୁପ୍ରିମକୋର୍ଟର ପ୍ରଧାନବିଚାରପତିଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଦର୍ଶାଇଛନ୍ତି ଯେ, ଜଷ୍ଟିସ୍‌ ରମ୍‌ନ୍ନା ଚନ୍ଦ୍ରବାବୁ ନାଇଡୁଙ୍କ ସହ ମିଶି ରାଜ୍ୟରେ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ କରୁଛନ୍ତି । ଯାହାକି ହାଇକୋର୍ଟର କାମରେ ମଧ୍ୟ ମୁଣ୍ଡ ଖେଳାଉଛନ୍ତି , ଏବଂ ଜଜ୍‌ମାନଙ୍କୁ ପ୍ରଭାବିତ କରୁଛନ୍ତି । ଏହିପରି ଟିଡିପିର ପ୍ରମୁଖ ଚନ୍ଦ୍ରବାବୁ ନାଇଡୁଙ୍କ ସହଯୋଗ କରିଚାଲିଛନ୍ତି ରମ୍‌ନା ।

ସୂଚନାଯୋଗ୍ୟ ଯେ, ଦେଶରେ ଏପରି ଘଟଣା ପ୍ରଥମଥର ଘଟିଛି । ଯାହାକି ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସରକାରକୁ ଅସ୍ଥିର କରିବାରେ ଜଣେ ଜଜ୍‌ ଭୂମିକା ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି । ଆନ୍ଧ୍ରପ୍ରଦେଶରେ ନାୟିକ ବ୍ୟବସ୍ଥା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.