ନବୀନଙ୍କୁ ପ୍ରଶଂସା କଲେ ଜଗନ ମୋହନ ରେଡ୍ଡୀ, କହିଲେ- ‘ଆପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣା’
2/05/2020 at 9:52 PM

ହାଇଦ୍ରାବାଦ ୦୨।୦୫: କରୋନା ଭାଇରସ୍ ମୁକାବିଲା ନେଇ ସମଗ୍ର ଦେଶରେ ଓଡିଶା ରୋଲ୍ ମୋଡେଲ୍ ସାଜିଛି। କେବଳ ଦେଶରେ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଓଡିଶା ବେଶ୍ ପ୍ରଶଂସାର ପାତ୍ର ପାଲଟିଛି। ନବୀନ ସରକାରଙ୍କ କରୋନା ପ୍ରତିରୋଧ ପରିପ୍ରେକ୍ଷୀରେ ନେଇଥିବା ପଦକ୍ଷେପକୁ ଅନେକ ରାଜ୍ୟ ଅନୁସରଣ ମଧ୍ୟ କରିଛନ୍ତି। ଏହି କ୍ରମରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀଙ୍କୁ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଜି କରୋନା ମୁକାବିଲା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରିଛନ୍ତି। ଜଗନ ମୋହନ କହିଛନ୍ତି ଯେ, ମିଷ୍ଟର ପଟ୍ଟନାୟକ ଆପଣ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ। ଜଣେ ଯୁବ ନେତା ଏବଂ ମୁଖ୍ୟମନ୍ତ୍ରୀ ଭାବେ ଆପଣଙ୍କୁ ଆମେ ପ୍ରେରଣା ପାଉ। ଏଥିରୁ ପ୍ରତୀତ ହୋଇଛି ଯେ, କେଉଁ ଭଳି ଭାବେ ଆନ୍ଧ୍ର ପ୍ରଦେଶ ଯୁବ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନିଜର ଆଦର୍ଶ ମାନନ୍ତି। ନବୀନ ପଟ୍ଟନାୟକ ପ୍ରେରଣାର ସ୍ରୋତ ଏବଂ ଯୁବ ବର୍ଗ ତାଙ୍କଠୁ ପ୍ରେରଣା ନେବା ଉଚିତ୍।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯଥା ଫନି, ହୁଡହୁଡ, ଫାଇଲିନ ପରିଚାଳନାରେ ସମଗ୍ର ବିଶ୍ଵରେ ପ୍ରଶଂସା ସାଉଁଟିଥିବା ଓଡିଶା ଏବେ କରୋନା ଭାଇରସ୍ ମୁକାବିଲାରେ ମଧ୍ୟ ଦେଶ ସହିତ ବିଦେଶରେ ମଧ୍ୟ ପ୍ରଶଂସିତ ହୋଇଛି।