ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଘୋଷଣା-ବିଶାଖାପାଟଣା ହେବ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ
31/01/2023 at 2:18 PM

ବିଶାଖା ପାଟଣା ୩୧।୧: ଆନ୍ଧ୍ରପ୍ରଦେଶର ରାଜଧାନୀ ବଦଳିଛି। ବିଶାଖାପାଟଣା ଏହି ଦକ୍ଷିଣ ଭାରତୀୟ ରାଜ୍ୟର ନୂଆ ରାଜଧାନୀ ହେବ। ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ନୂଆ ରାଜଧାନୀରେ ଗ୍ଲୋବାଲ ଇନଭେଷ୍ଟର ସମ୍ମିଟ ଆୟୋଜନର ମଧ୍ୟ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ରେଡ୍ଡୀ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ପୋଷ୍ଟ କରିଥିବା ବେଳେ ‘ମୁଁ ଆପଣମାନଙ୍କୁ ବିଶାଖାପାଟଣାରେ ଆମନ୍ତ୍ରିତ କରୁଥିବା ଓ ଆଗାମୀ ଦିନରେ ଏହା ଆମର ରାଜଧାନୀ ହେଉଥିବା ’ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଆଗାମୀ କିଛି ଦିନରେ ମୁଁ ମଧ୍ୟ ଭାଇଜାଗ୍ ସିଫ୍ଟ କରୁଥିବା ଜଗନମୋହନ ଲେଖିଛନ୍ତି। ଆମେ ୩ ବା ୪ ମାର୍ଚ୍ଚକୁ ବିଶାଖାପାଟଣାରେ ଏହି ସମ୍ମିଳନୀ ଆୟୋଜନ କରିବାକୁ ଯାଉଥିବା ଜଗନମୋହନ ଟ୍ୱିଟ୍ କରିଛନ୍ତି।
Andhra Pradesh Chief Minister Jagan Mohan Reddy makes a big announcement at the International Diplomatic Alliance Meet in New Delhi.
— Y Vasu Naidu YSRCP (@yvnaidu_ysrcp) January 31, 2023
I am here to invite you to Visakhapatnam which will be our capital. I will also be shifting to Vizag. pic.twitter.com/IOnfBrHuqo
୨୦୧୪ ମସିହାରେ ଆନ୍ଧ୍ରପ୍ରଦେଶରୁ ତେଲାଙ୍ଗାନା ରାଜ୍ୟ ପୃଥକ ହୋଇଥିଲା। ସେତେବେଳେ ହାଇଦ୍ରାବାଦକୁ ୧୦ ବର୍ଷ ଲାଗି ଦୁଇ ରାଜ୍ୟଙ୍କ ମିଳିତ ରାଜଧାନୀ ଘୋଷଣା କରାଯାଇଥିଲା। ଏହି ଅବଧି ଏବେ ଶେଷ ହେବାକୁ ଯାଉଥିବା ବେଳେ ତେଲେଙ୍ଗାନାକୁ ହାଇଦ୍ରାବାଦ ସମର୍ପି ଦେବାକୁ ନିଷ୍ପତ୍ତି ହୋଇଛି। ଏଣୁ ଆନ୍ଧ୍ରପ୍ରଦେଶକୁ ୨୦୨୪ ପୂର୍ବରୁ ନିଜର ରାଜଧାନୀ ଘୋଷଣା କରିବାର ଥିଲା। ଏଥିରେ ଜଗନମୋହନ ବିଶାଖାପାଟଣାକୁ ନୂଆ ରାଜଧାନୀ ଘୋଷଣା କରିଛନ୍ତି। ତେବେ ଏହା ପୂର୍ବରୁ ଚନ୍ଦ୍ରବାବୁ ନାୟଡୁଙ୍କ ଟିଡିପି ସରକାର ଅମରାବତୀକୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଘୋଷଣା କରିଥିଲେ।