ଜଗମୋହନ ଓ ନାଟ ମଣ୍ଡପ ମଝିରେ ଫାଟ

Published By : Prameya-News7 Bureau | August 22, 2018 IST

ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପର ଦୁଇଟି ବିମ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜଗମୋହନ ଓ ନାଟ ମଣ୍ଡପ ମଝିରେ ଫାଟ ସୃଷ୍ଟି ହୋଇଥିବାରୁ ପାଣି ଝରୁଛି । ଏହାର ମରାମତି କରିବା ନିହାତି ଆବଶ୍ୟକ । ବିଶେଷଜ୍ଞ କମିଟିର ଯାଞ୍ଚ ପରେ ଏହି ସୂଚନା ଦେଇଛନ୍ତି ଏଏସ୍ଆଇ ପୂର୍ବତନ ସୁପରିଟେଣ୍ଡେଣ୍ଟ ଏ.କେ ପଟେଲ । ମାସେ ମଧ୍ୟରେ ମରାମତି କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ଗତ ତିନି ଦିନ ହେଲା ୩ଜଣିଆ ଏଏସ୍ଆଇ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଥିଲେ । ଶ୍ରୀମନ୍ଦିର କୋର କମିଟି ବିଶେଷଜ୍ଞ ଓ ଏଏସଆଇ ଅଧିକାରୀଙ୍କ ଉପସ୍ଥିତିରେ ଆଇଆଇଟି ଚେନ୍ନାଇର ଦୁଇଜଣ ବିଶେଷଜ୍ଞ ପ୍ରଫେସର ଅରୁଣ ମେନନ୍, ଅମ୍ଲାନ୍ ସେନଗୁପ୍ତାଙ୍କ ସହ ଆଇଆଇଟି ଖଡ଼ଗପୁରର ବିଶେଷଜ୍ଞ ଏସ.ଭଟ୍ଟାଚାର୍ଯ୍ୟ ଶ୍ରୀମନ୍ଦିର ଯାଞ୍ଚ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.