ଓଡ଼ିଶା ଫେରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ଜଗାକାଳିଆର ପରିବାର
Published By : Prameya-News7 Bureau | November 01, 2018 IST
ଦିଲ୍ଲୀ;୧/୧୧- ବାରମ୍ବାର ଓଡିଶା ଫେରିବାକୁ ଅନୁରୋଧ କରୁଛନ୍ତି କହଁର ପରିବାର। ଜଗା କାଳିଆର ଚିକିତ୍ସା ଓ ଦିଲ୍ଲୀ ଏମସରେ ରହଣିକୁ ବର୍ଷେ ୪ ମାସ ହେଲାଣି । ତେଣୁ ବାରମ୍ବାର ଘରକୁ ଫେରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛନ୍ତି କିନ୍ତୁ କୈଣସି ନିଷ୍ପତ୍ତି ହୋଇ ପାରୁନି । ଏହାକୁ ନେଇ ଚିନ୍ତାରେ ପରିବାର । ସେପଟେ ଗାଁରେ ୨ ଛୁଆ ଏକା ଅଛନ୍ତି ବାପା ମାଙ୍କଠୁ ଦୁରରେ । ଜଗାକାଳିଆ ସୁସ୍ଥ ଥିବା ବେଳେ ସେମାନଙ୍କର ଚିକିତ୍ସା ଓଡିଶାରେ କରିବାକୁ ଅନୁରୋଧ କରିଛନ୍ତି କହଁର ପରିବାର।