୪ ଦିନିଆ ରିମାଣ୍ଡରେ ଯିବେ ଜଗବନ୍ଧୁ, ଇଲେକ୍ଟ୍ରୋନିକ ଡିଭାଇସ୍ ସମ୍ପର୍କରେ ହୋଇପାରେ ଜେରା

Published By : Prameya-News7 Bureau | December 24, 2022 IST

ଭୁବନେଶ୍ୱର ୨୪/୧୨: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପୁଣି ରିମାଣ୍ଡରେ ଯିବେ ଜଗବନ୍ଧୁ ଚାନ୍ଦ୍ । ଆଜିଠୁ ଇଡି ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେବ । ଗତକାଲି ଜଗବନ୍ଧୁଙ୍କ ୯ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ପରେ ଇଡି ତାଙ୍କୁ କୋର୍ଟରେ ହାଜର କରି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ହେଲେ କୋର୍ଟ ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ।

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଇଡି ଜଗବନ୍ଧୁଙ୍କୁ ଇଲେକ୍ଟ୍ରୋନିକ ଡିଭାଇସ୍ ସମ୍ପର୍କରେ ପଚରାଉଚରା କରିବ ବୋଲି ଜଣାଯାଇଛି । ଗତକାଲି ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଗତକାଲି ଗିରଫ କରିଥିଲା ଇଡି । ସେପଟେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ କୋର୍ଟରେ ଚାର୍ଜସିଟ୍ ଫାଇଲ୍ କରିଛି କମିଶନରେଟ୍ ପୋଲିସ । ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜା ରୁଜୁ କରିଥିବା ମାମଲା ଆଧାରରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ ।

JMFC-3 କୋର୍ଟରେ ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ତାଙ୍କ ବିରୋଧରେ ଆଇପିସିର ଦଫା ୩୮୪, ୩୮୫, ୩୮୮, ୩୮୯, ୫୦୦, ୫୦୬, ୧୨୦-ବି ଏବଂ ଆୟକର ଅଧିନିୟମ ୬୬-ଇ, ୬୭, ୬୭-ଏ ଲାଗୁ ହୋଇଛି । ଏଥିସହ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ତଦନ୍ତ ଜାରି ରଖିବାକୁ କୋର୍ଟଙ୍କ ଅନୁମତି ଲୋଡିଛି ପୋଲିସ । ତଦନ୍ତ ସଂପୂର୍ଣ୍ଣ ହେବା ପରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରାଯିବ ବୋଲି କହିଛିା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.