scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୯ ଦିନିଆ ରିମାଣ୍ଡରେ ଗଲା ଜଗବନ୍ଧୁ, ଖୋଲିବ କି ଟଙ୍କା ହେରଫେର୍‌ ଗୁମର ?

14/12/2022 at 1:04 PM

ଭୁବନେଶ୍ୱର ୧୪।୧୨ : ଅର୍ଚ୍ଚନା ପରେ ଏବେ ଜଗବନ୍ଧୁଙ୍କ ପାଳି । ଜଗବନ୍ଧୁଙ୍କ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଖବର ଅନୁଯାୟୀ, ନାଗ ଦମ୍ପତ୍ତିଙ୍କ ବେଆଇନ ଆର୍ଥିକ କାରବାର ନେଇ ଖୋଳତାଡ଼ କରୁଛି ଇଡି । ଏହିକ୍ରମରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ ଇଡି । ହେଲେ କୋର୍ଟରେ ଅର୍ଚ୍ଚନାଙ୍କୁ ୬ ଦିନ ଏବଂ ଜଗବନ୍ଧୁଙ୍କୁ ୯ଦିନିଆ ରିମାଣ୍ଡେ ନେବାକୁ ଅନୁମତି ଦେଇଥିଲେ । ଯାହାକୁ ଆଧାର କରି ଝାରପଡ଼ା ଜେଲ୍‌ରେ ପହଞ୍ଚିଛନ୍ତି ଇଡି ଅଧିକାରୀ । ଝାରପଡ଼ା ଜେଲ୍‌ରୁ ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଅନ୍ୟପଟେ ଶ୍ରଦ୍ଧାଞ୍ଜଳିଙ୍କୁ ଲାଗିଛି ହାଇକୋର୍ଟରୁ ଝଟ୍‌କା । ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଛନ୍ତି କୋର୍ଟ । ଇଡିକୁ ତଦନ୍ତରେ ସହଯୋଗ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts