Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ବେଲ୍‌, ତଥାପି ଜେଲ୍‌ରେ ରହିବେ

15/03/2023 at 1:16 PM

କଟକ ୧୫।୦୩ : ଅର୍ଚ୍ଚନା ନାଗ ଗିରଫ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ୍‌ । ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କଲେ ହାଇକୋର୍ଟ । ୩ଟି ମାମଲାରୁ ଗୋଟିଏ ମାମଲାରେ ମିଳିଛି ଜାମିନ ।

ଖବର ଅନୁଯାୟୀ, ବ୍ଲାକମେଲିଂ ଓ ଆର୍ଥିକ ହେର୍‌ଫେର୍‌ ମାମଲାରେ ଗିରଫ ହୋଇଛନ୍ତି ଅର୍ଚ୍ଚନା । ତାପରେ ତାଙ୍କ ସହଯୋଗ କରିବା ଅଭିଯୋଗରେ ସ୍ୱାମୀ ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କୁ ଗିରଫ କରିଥିଲା ପୋଲିସ । ସେବେଠାରୁ ସମସ୍ତ ଜେଲ୍‌ରେ ଅଛନ୍ତି । ଏହିକ୍ରମରେ ଆର୍ଥିକ ହେରଫେର୍‌ ନେଇ ଇଡି ମଧ୍ୟ ତଦନ୍ତ କରୁଛି ।

ସେହିପରି ନିକଟରେ ଅର୍ଚ୍ଚନାଙ୍କ ଜାମିନ୍‌ ଆବେଦନ ଖାରଜ କରିଥିଲେ ମାନ୍ୟବର ହାଇକୋର୍ଟ । ଆଉ ଏବେ ବୁଧବାର ଦିନ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ମାନ୍ୟବର ହାଇକୋର୍ଟ ସର୍ତ୍ତମୂଳକ ଭାବେ ଜାମିନ୍‌ ପ୍ରଦାନ କରିଛନ୍ତି । ଜଗବନ୍ଧୁଙ୍କ ବିରୋଧରେ ଥିବା ୩ଟି ମାମଲାରୁ ଗୋଟିଏର ମିଳିଛି ଜାମିନ୍‌ । ଯାହାଫଳରେ ଜଗବନ୍ଧୁଙ୍କୁ ଜାମିନ୍‌ ମିଳିଥିଲେ ବି ସେ ଜେଲ୍‌ରେ ରହିବେ ।

   Related Posts