ଜଗବନ୍ଧୁଙ୍କୁ ଗିରଫ କଲା ଇଡି, ରିମାଣ୍ଡରେ ନେବାକୁ କରିବ ଆବେଦନ

Published By : Prameya-News7 Bureau | December 23, 2022 IST

ଭୁବନେଶ୍ୱର ୨୩।୧୨ : ଗିରଫ ହେଲେ ଜଗବନ୍ଧୁ । ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟର ଧାରା ୧୯ ଅନୁଯାୟୀ ଜଗବନ୍ଧୁଙ୍କୁ ଗିରଫ କରିଛି ଇଡି ।

ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଆର୍ଥିକ ହେରଫେର୍‌ ମାମଲାର ତଦନ୍ତ କରୁଛି ଇଡି । ଏହିକ୍ରମରେ ପ୍ରଥମେ ଅର୍ଚ୍ଚନା ଓ ପରେ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିଛି ଇଡି । ଶେଷରେ ଶୁକ୍ରବାର ଦିନ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରିବ ଇଡି । କୋର୍ଟରେ ହାଜର ପରେ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.