ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଗିରଫ, ଜେରା ପରେ ବନ୍ଧାହେଲେ ଜଗବନ୍ଧୁ

Published By : Prameya-News7 Bureau | October 21, 2022 IST

ଭୁବନେଶ୍ୱର ୨୧/୧୦: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ । ଜେରା ପରେ ଗିରଫ କରିଛି ପୋଲିସ । ଜଗବନ୍ଧୁ ଗିରଫ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଜଗବନ୍ଧୁଙ୍କ ନାଁରେ ଲାଗିଛି ସଂଗୀନ ଦଫା । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି । ଆଇପିସିର ଦଫା ୩୭୦ ଅର୍ଥାତ୍ ବେଆଇନ ମାନବ ଚାଲାଣ ଭଳି ୧୬ଟି ସଙ୍ଗୀନ୍ ଦଫାରେ ଝାରପଡା ଜେଲରେ ଅର୍ଚ୍ଚନା ନାଗ ଅଛନ୍ତି । ଅର୍ଚ୍ଚନାଙ୍କ ନାରେ ଯେଉଁ ଦଫା ଲାଗିଛି ସମାନ ସଙ୍ଗୀନ ଦଫା ମଧ୍ୟ ଜଗବନ୍ଧୁଙ୍କ ନାରେ ରହିଛି । ଆଜି ସେଇ ଆଧାରରେ ଜଗବନ୍ଧୁଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଥାଉକି, ସକାଳୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ଆଣିଥିଲା । ପୂର୍ବରୁ ମଧ୍ୟ ଜଗବନ୍ଧୁଙ୍କ ଘରୁକୁ ଯାଇ ସେଠାରେ ପଚରାଉଚରା କରିଥିଲେ ପୋଲିସ । ହେଲେ ପ୍ରାଥମିକ ପଚରାଉଚୁରା ପରେ ଜଗବନ୍ଧୁଙ୍କୁ ଛାଡ଼ି ଦିଆଯାଇଥିଲା । ଏକ ଅଣ୍ଡରଟେକିଂ ଲେଖି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ ଛାଡ଼ିଥିଲା । କିନ୍ତୁ ଆଜି ଦ୍ୱିତୀୟ ଥର ପାଇଁ ପଚରାଉଚୁରା କରିଥିଲା ପୋଲିସ । ଆଉ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ସେପଟେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.