ଆସନ୍ତା ୬ରେ ଓଡିଶା ଫେରିବେ ଜଗା-କାଳିଆ

Published By : Prameya-News7 Bureau | August 29, 2019 IST

ଭୁବନେଶ୍ବର ୨୯।୮: ଆସନ୍ତା ୬ତାରିଖରେ ଓଡିଶା ଫେରିବେ ଜଗା-କାଳିଆ । ରାଜଧାନୀ ଏକ୍ସପ୍ରେସରେ ଜଗା-କାଳିଆ ଦିଲ୍ଲୀରୁ ବାହାରିବେ । ସେମାନଙ୍କ ସହିତ ଏମ୍ସର ୪ଜଣିଆ ଡାକ୍ତରୀ ଟିମ୍ ଆସିବେ । ୭ତାରିଖରେ ଓଡିଶାରେ ପହଞ୍ଚିବା ପରେ ସେମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯିବ । ଜଗା-କାଳିଆଙ୍କ ପାଇଁ ଏସସିବିରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଉଭୟଙ୍କକୁ ଏସସିବିର ସର୍ଜରୀ ବିଭାଗରେ ରଖାଯିବ । ଦୁଇ ଭାଇଙ୍କ ଚିକିତ୍ସା ପାଇଁ ୬ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଟିମ୍ ଦୁଇ ଜଣଙ୍କ ଉପରେ ୨୪ଘଣ୍ଟିଆ ନଜର ରଖିବେ । ଆବଶ୍ୟକ ପଡିଲେ ଜଣେ ଡାଇଟିସିଆନ ଓ ଗ୍ୟାଷ୍ଟ୍ରୋଏନଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଟିମ୍ ରେ ରଖାଯିବ । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.