AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଜଗା-କାଳିଆଙ୍କ ଅସ୍ତ୍ରୋପଚାରକୁ ପୂରିଲା ବର୍ଷେ; ସୁସ୍ଥ ହେଉଛନ୍ତି ଦୁଇ ଶିଶୁ

25/10/2018 at 3:00 PM

ନୂଆଦିଲ୍ଲୀ ୨୫|୧୦: ବହୁ ଚର୍ଚ୍ଚିତ ଜଗା-କାଳିଆଙ୍କ ଅସ୍ତ୍ରୋପଚାରକୁ ଆଜି ବର୍ଷେ ପୂରିଛି । ଠିକ୍ ବର୍ଷେ ତଳେ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଦିଲ୍ଲୀ ଏମ୍ସରେ କରାଯାଇଥିଲା କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁଙ୍କ ବିରଳ ଅସ୍ତ୍ରୋପଚାର । ଯାହା ସେତବେଳେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ।

ଜଗା-କାଳିଆଙ୍କୁ ଯେ।ଡ଼ାମୁଣ୍ଡରୁ ଅଲଗା କରିବାକୁ ଗତବର୍ଷ ଅକ୍ଟେ।ବର ୨୫ ତାରିଖରେ ଏମ୍ସର ୪୦ ଜଣିଆ ଡାକ୍ତରୀ ଦଳ ଅପରେସନ କରିଥିଲେ । ସମସ୍ତ ପରୀକ୍ଷା ନୀରିକ୍ଷା ପରେ ଯୋଡ଼ା ମୁଣ୍ଡକୁ ଅଲଗା ଅଲଗା କରିବାକୁ ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ୪୦ ଜଣିଆ ଡାକ୍ତରୀ ଟିମ୍ ଉଭୟ ଶିଶୁଙ୍କୁ ଅଲଗା କରିବାକୁ ବିରଳ ଅସ୍ତ୍ରୋପଚାରର ନିଷ୍ପତ୍ତି ନେଇଥିଲେ । ଏଭଳି ଅସ୍ତ୍ରୋପଚାରରେ ସଫଳତା ହାର ଖୁବ୍ କମ୍ ଥିବାରୁ ସମସ୍ତଙ୍କ ମନରେ ଆଶା ସହ ଥିଲା ଆଶଙ୍କା । ହେଲେ ଡାକ୍ତରୀ ଦଳର ୩୦ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଥିଲା ପ୍ରଥମ ପର୍ଯ୍ୟାୟ ତଥା ସବୁଠୁ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର । ୨ଟି ଦେହକୁ ୨ଟି ଅଲଗା ଅଲଗା ମୁଣ୍ଡ ମିଳିଥିଲା । ଡାକ୍ତରୀ ଟିମକୁ ମିଳିଥିଲା ବଡ଼ ସଫଳତା । ସେଦିନର ସେ ଚ୍ୟାଲେଞ୍ଜକୁ ଆଜି ବି ମନେପକାନ୍ତି ଡାକ୍ତର ଅଶୋକ ମହାପାତ୍ର ।

ଜଗା-କାଳିଆ ଏବେ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଛନ୍ତି । କାଳିଆର ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ଉନ୍ନତି ହେଉଛି । ଏବେ ବି କାଳିଆର ଫିଜିଓ ଥେରାପି କରାଯାଉଛି। ବର୍ଷକ ଭିତରେ ଦୁଇ ଶିଶୁଙ୍କର ଆଠ ଥର ଚର୍ମ ପ୍ରତିରେ।ପଣ କରାଯାଇଛି । କାଳିଆର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି । ଆଗକୁ ଉଭୟ ଶିଶୁଙ୍କ ପ୍ଲାଷ୍ଟିକ୍ ସର୍ଜରୀ କରାଯିବ । ୩ ବର୍ଷରୁ ୫ ବର୍ଷ ଭିତରେ ପ୍ଲାଷ୍ଟିକ୍ ସର୍ଜରୀ କରାଯିବାର ଆବଶ୍ୟକତା ରହିଛି । ସେମାନଙ୍କ ବେ।ନ୍ ଫ୍ଲାପ୍କୁ ୫ ବର୍ଷ ପରେ ବଦଳାଯିବ । ତେବେ ଏମ୍ସ କର୍ତ୍ତୃପକ୍ଷ ଜଗା-କାଳିଆକୁ ଡିସଚାର୍ଜ କରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇସାରିଥିବା ବେଳେ ରାଜ୍ୟ ସରକାର ଦୁଇ ଶିଶୁ ସଂପୂର୍ଣ୍ଣ ଆରେ।ଗ୍ୟ ଲାଭ କରିବା ପରେ ହିଁ ଡିସଚାର୍ଜ କରାଯିବାକୁ ନିବେଦନ କରିଛନ୍ତି ।

   Related Posts