ଜଗା-କାଳିଆଙ୍କ ଅସ୍ତ୍ରୋପଚାରକୁ ପୂରିଛି ବର୍ଷେ : ଫେରିବା ବାଟକୁ ଅପେକ୍ଷା କରିଛି ରାଜ୍ୟ

Published By : Prameya-News7 Bureau | August 29, 2018 IST

ଭୁବନେଶ୍ବର୨୯|୮: ବହୁ ଚର୍ଚ୍ଚିତ ଜଗା-କାଳିଆଙ୍କ ଅସ୍ତ୍ରୋପଚାରକୁ ପୂରିଛି ବର୍ଷେ । ଠିକ୍ ବର୍ଷେ ତଳେ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତ୍ୱରେ ଦିଲ୍ଲୀ ଏମ୍ସରେ କରାଯାଇଥିଲା କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁଙ୍କ ବିରଳ ଅସ୍ତ୍ରୋପଚାର । ଯାହା ସେତବେଳେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ବର୍ଷେ ପୂରିଛି ବିରଳ ଅସ୍ତ୍ରୋପଚାରକୁ । ବର୍ଷେ ପୂରିଛି ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ପୁର୍ନଜନ୍ମକୁ । ମନେ ପକାନ୍ତୁ ଏହି ଦୁଇ ଶିଶୁଙ୍କ ପୁରୁଣା ଅବସ୍ଥା । ଯୋଡ଼ା ମୁଣ୍ଡ ଶିଶୁଙ୍କ ଚିତ୍ର । ୨ଟି ଦେହ, ଗୋଟିଏ ମୁଣ୍ଡ । ଯାହା ବର୍ଷେ ତଳେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଆଉ ଓଡ଼ିଶା ସରକାରଙ୍କ ପୂରା ସହାୟତାରେ ଗତବର୍ଷ ଜୁଲାଇରେ ଉଭୟ ପହଞ୍ଚିଥିଲେ ଦିଲ୍ଲୀ ଏମ୍ସରେ । ପରୀକ୍ଷା ନୀରିକ୍ଷା ପରେ ଯୋଡ଼ା ମୁଣ୍ଡକୁ ଅଲଗା ଅଲଗା କରିବାକୁ ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତର ଟିମ୍ ଉଭୟ ଶିଶୁଙ୍କୁ ଅଲଗା କରିବାକୁ ଅଗଷ୍ଟ ୨୮ରେ ବିରଳ ଅସ୍ତ୍ରୋପଚାରର ନିଷ୍ପତ୍ତି ନେଇଥିଲେ । ଏଭଲି ଅସ୍ତ୍ରୋପଚାରରେ ସଫଳତା ହାର ଖୁବ୍ କମ୍ ଥିବାରୁ ସମସ୍ତଙ୍କ ମନରେ ଆଶା ସହ ଥିଲା ଆଶଙ୍କା । ହେଲେ ଡାକ୍ତରୀ ଦଳର ୩୦ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଥିଲା ପ୍ରଥମ ପର୍ଯ୍ୟାୟ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର । ୨ଟି ଦେହକୁ ୨ଟି ଅଲଗା ଅଲଗା ମୁଣ୍ଡ ମିଳିଥିଲା । ଡାକ୍ତରୀ ଟିମକୁ ମିଳିଥିଲା ବଡ଼ ସଫଳତା । ସେଦିନର ସେ ଚ୍ୟାଲେଞ୍ଜକୁ ଆଜି ବି ମନେପକାନ୍ତି ଡାକ୍ତର ଅଶୋକ ମହାପାତ୍ର । ଜଗାକାଳିଆଙ୍କ ଲାଗି ସାରା ଦେଶର ଲୋକେ ପ୍ରାର୍ଥନା କରିଥିଲେ । ରାଜ୍ୟ ସରକାର ଶିଶୁଙ୍କ ଚିକିତ୍ସାର ସମସ୍ତ ଭାର ନେଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଯାଇ ଏମ୍ସରେ ପହଞ୍ଚିଥିଲେ । ଏହା ପରେ ବିଭିନ୍ନ ପର୍ଯ୍ୟାୟରେ ଉଭୟଙ୍କ ଅସ୍ତ୍ରୋପଚାର ହୋଇଛି ।  ଧୀରେ ଧୀରେ ଉଭୟ ଏବେ ସୁସ୍ଥ ହେଉଛନ୍ତି । ଜଗା ପ୍ରାଉଭୟଙ୍କ ପୂର୍ଣ୍ଣ ସୁସ୍ଥତାକୁ ।ୟତଃ ସୁସ୍ଥ ହୋଇଯାଇଥିବା ବେଳେ କାଳିଆକୁ ନେଇ ସାମାନ୍ୟ ଚିନ୍ତା ରହିଛି ।ଏବେ ରାଜ୍ୟ ଅପେକ୍ଷା କରିଛି ଜାଗ-କାଳିଆଙ୍କ ଫେରିବାକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.