ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ତୃତୀୟ ଟେଷ୍ଟରେ ଜାଡେଜାଙ୍କ ବଡ ଉପଲବ୍ଧି, କପିଲ୍ ଦେବଙ୍କ ଖାସ୍ କ୍ଲବରେ ହେଲେ ସାମିଲ୍

1/03/2023 at 7:18 PM

ଇନ୍ଦୋର: ଅଷ୍ଟ୍ରେଲିଆ ବିପକ୍ଷ ଇନ୍ଦୋର ହୋଲକରରେ ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସରେ ୧୦୯ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୨୨ ରନ କରିଛନ୍ତି। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୧୫୬ ରନ କରିଛି। ତେବେ ବରୀନ୍ଦ୍ର ଜାଡେଜା ଟ୍ରେଭିସ୍ ହେଡ୍‌ଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଇଥିଲେ। ଏହି ଓ୍ଵିକେଟ୍ ସହ ଜାଡେଜା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବଡ ଉପଲବ୍ଧି ହାସଲ କରିଛନ୍ତି। ଏହା ପୂର୍ବରୁ  ଏହା କେବଳ ଦିଗ୍‌ଜ କପିଲ୍ ଦେବଙ୍କ ନାମରେ ଥିଲା।

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ଓ୍ଵିକେଟ୍ ନେବା ମାତ୍ରେ ଜାଡେଜା ମହାନ ଅଲରାଉଣ୍ଡର କପିଲ୍ ଦେବଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। ଜାଡେଜା ଭାରତର ଦ୍ଵିତୀୟ ଅଲରାଉଣ୍ଡର ହୋଇଛନ୍ତି ଯାହାଙ୍କ ନାମରେ ୫ ହଜାର ରନ ଏବଂ ୫୦୦ ଅନ୍ତର୍ଜାତୀୟ ଓ୍ଵିକେଟ୍ ରହିଛି। ଏହା ପୂର୍ବରୁ ଏହି ଉପଲବ୍ଧି ହାସଲ କରିବାରେ କପିଲ୍ ଦେବ ଏକ ମାତ୍ର ଭାରତୀୟ ଥିଲେ।

ଜାଡେଜା ୬୩ଟି ଟେଷ୍ଟ ମ୍ୟାଚ୍‌ରେ ୨୬୦ ଓ୍ଵିକେଟ୍ ନେଇଛନ୍ତି ଏବଂ ବ୍ୟାଟିଂରେ ୨୬୨୩ ରନ କରିଛନ୍ତି।  ଦିନିକିଆରେ ସେ ୧୭୧ ମ୍ୟାଚ୍ ଖେଳି ୨୪୪୭ ରନ କରିବା ସହ ୧୮୯ ଓ୍ଵିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଉଥିବା ଚାରି ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାରେ ଜାଡେଜା ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର। ସେ  ଶୃଙ୍ଖଳାରେ ଏ ପର୍ଯ୍ୟନ୍ତ ମୋଟ୍ ୧୮ ଓ୍ଵିକେଟ୍ ନେଇ ସାରିଲେଣି। ସର୍ବାଧିକ ରନ ତାଲିକାରେ ସେ ଷଷ୍ଠ ନମ୍ବରରେ ଅଛନ୍ତି।

   Related Posts