ଚେନ୍ନାଇ ସହ ସବୁ ସଂପର୍କ କାଟିଲେ ଜାଡେଜା ! ଇନ୍‌ଷ୍ଟାରୁ ଡିଲିଟ୍‌ କଲେ ପୁରୁଣା ପୋଷ୍ଟ

Published By : Prameya-News7 Bureau | July 09, 2022 IST

ମୁମ୍ବାଇ ୦୯।୦୭ : ଚେନ୍ନାଇ ସୁପର କିଙ୍ଗସ୍‌ ଛାଡିବେ କି ରବିନ୍ଦ୍ର ଜାଡେଜା । ଟିମ୍‌ ଇଣ୍ଡିଆର ଏହି ଷ୍ଟାର୍‌ ଅଲ୍‌ରାଉଣ୍ଡରଙ୍କ ସଂପର୍କ ଏବେ ଚେନ୍ନାଇ ପ୍ରାଞ୍ଚାଇଜ ସହ ଠିକ୍‌ ଠାକ୍‌ ନାହିଁ । ଜାଡେଜା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଚେନ୍ନାଇ ସୁପର କିଙ୍ଗସ୍‌ର ଆଇପିଏଲ୍ ୨୦୨୧ ଏବଂ ୨୦୨୨ର ସମସ୍ତ ପୋଷ୍ଟକୁ ହଟେଇ ଦେଇଛନ୍ତି । ଯାହାକୁ ନେଇ ସେ ଚେନ୍ନାଇ ଟିମ୍‌ ଛାଡିଥିବା ଚର୍ଚ୍ଚା ହେଉଛି । ସୋସିଆଲ୍‌ ମିଡିଆରେ ଏପରି ଅନେକ ମେମ୍‌ସ ଭାଇରାଲ ହେଉଛି ।

wp:html /wp:html

ଖବର ଅନୁଯାୟୀ, ଆଇପିଏଲ୍‌ ୨୦୨୨ରେ ରବିଦ୍ର ଜାଡେଜାଙ୍କୁ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ହୋଇଥିଲେ । କିନ୍ତୁ ଟିମ୍‌ ତାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିନଥିଲା । ୮ଟି ମ୍ୟାଚ୍‌ରୁ ୬ଟି ମ୍ୟାଚ୍‌ ହାରିଥିଲା ଚେନ୍ନାଇ ଟିମ୍‌ । ଏପିରିକି ଜାଡେଜା ନିଜେ ମଧ୍ୟ ଭଲ ପ୍ରଦର୍ଶନ କରିନଥିଲେ । ଶେଷରେ ୮ଟି ମ୍ୟାଚ୍‌ ପରେ ଜାଡେଜା ଅଧିନାୟକ ପଦ ଛାଡିଥିଲେ । ଏହାପରେ ଧୋନିଙ୍କୁ ବାକି ୨ଟି ମ୍ୟାଚ୍‌ରେ ଅଧିନାୟକ ସମ୍ଭାଳିବାକୁ ଦିଆଯାଇଥିଲା । ଟିମ୍‌ର ଖରାପ ପ୍ରଦର୍ଶନ ଲାଗି ଚଳିତ ସିଜିନ୍‌ରେ ବାଦ୍‌ ପଡିଥିଲେ ଚେନ୍ନାଇ ଟିମ୍‌ ।

ସେପଟେ ଆହତ ସମସ୍ୟା ଲାଗି ଆଇପିଏଲ୍‌ ୨୦୨୨ର ବାକି ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ ଜାଡେଜା । ସେବେ ଠାରୁ ଚର୍ଚ୍ଚା ହେଉଥିଲା, ହୁଏତ ସିଏସ୍‌କେ ପ୍ରାଞ୍ଚାଇଜ ସହ ଜାଡେଜାଙ୍କ ସଂପର୍କ ହୁଏ ତ ଠିକ୍‌ ଠାକ୍‌ ନାହିଁ । ଏବେ ଜାଡେଜାଙ୍କ ଇନଷ୍ଟାଗ୍ରାମ୍‌ରୁ ଫଟୋ ହଠାଇବା ନିଷ୍ପତ୍ତି, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ହୁଏତ ଆଗାମୀ ଦିନରେ ଟିମ୍‌ ସହିତ ନରହିପାରନ୍ତି ରବିନ୍ଦ୍ର ଜାଡେଜା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.