ଜାଡେଜାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ସଫଳ, ଖୁବଶୀଘ୍ର ଦଳକୁ ଫେରିବେ

Published By : Prameya-News7 Bureau | September 07, 2022 IST

ମୁମ୍ବାଇ ୦୭।୦୯ : ଚଳିତ ଏସିଆ କପ୍‌ରେ ଆହତ ହୋଇଥିବା ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ସଫଳ ହୋଇଛି । ଖୁବ୍‌ ଶୀଘ୍ର ସେ ପୂର୍ଣ୍ଣ ଫିଟ୍‌ନେସ୍‌ ଫେରିପାଇବାକୁ ପ୍ରସ୍ତୁତି ଆରମ୍ଭ କରିବେ ।

ଖବର ଅନୁଯାୟୀ, ଚଳିତ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜାଡେଜା ଅଭ୍ୟାସ ସମୟରେ ଆହତ ହୋଇଥିଲେ । ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଦଳରୁ ବାଦ ଦିଆଯାଇ ଆଘାତ ସ୍ଥାନର ଅସ୍ତ୍ରୋପଚାର କରାଯାଇଥିଲା । ଏବେ ଟ୍ୱିଟର ଓ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରି ଜାଡେଜା ଅସ୍ତ୍ରୋପଚାର ସଫଳ ହୋଇଥିବା ସମର୍ଥକଙ୍କୁ ଜଣାଇଛନ୍ତି । ଖୁବ୍‌ ଶୀଘ୍ର ଫିଟ୍‌ ହୋଇ ଦଳକୁ ଫେରିବେ ବୋଲି ମଧ୍ୟ ଜାଡେଜା ଟ୍ୱିଟ୍‌ କରି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.