ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

‘ପନ୍ତ କାହିଁକି ଖେଳିଲେନି ?’ : ସାମ୍ବାଦିକଙ୍କ ପ୍ରଶ୍ନରେ ମଜାଳିଆ ଜବାବ ଦେଲେ ଜାଡେଜା

31/08/2022 at 1:38 PM

ନୂଆଦିଲ୍ଲୀ,୩୧|୦୮: ଭାରତୀୟ କ୍ରିକେଟ୍ ଟିମ୍ ଏବେ ୟୁଏଇରେ ଏସିଆ କପ୍ ଖେଳୁଛି । ଦଳ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ମାତ୍ ଦେଇଛି । ଅଗଷ୍ଟ ୨୮ ତାରିଖରେ ଏହି ମୁକାବିଲା ଖେଳାଯାଇଥିଲା । ଯାହାକୁ ଭାରତ ୫ ଓ୍ୱିକେଟରେ ଜିତି ନେଇଥିଲା ।  

ମ୍ୟାଚରେ ଅଧିନାୟକ ରୋହିତ ଶର୍ମା କିଛି ଚକିତ କଲା ଭଳି ନିଷ୍ପତ୍ତି ନେଇଥିଲେ । ସବୁଠୁ ବଡ ନିଷ୍ପତ୍ତି ଏହା ଥିଲା ଯେ, ସେ ଓ୍ୱିକେଟ୍ କିପର ଋଷଭ ପନ୍ତଙ୍କୁ ଖେଳାଇ ନଥିଲେ । ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ଦିଆଯାଇଥିଲା । ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଏପରି ଏକ ପ୍ରଶ୍ନ ସାମ୍ବାଦିକ ସମ୍ମିଳନୀରେ ରବୀନ୍ଦ୍ର ଜାଡେଜାଙ୍କୁ ପଚରାଯାଇଥିଲା । ଯାହାର ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ ଜାଡେଜା ।

ସୂଚନାନୁସାରେ, ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ଜାଡେଜାଙ୍କୁ ପନ୍ତ ନଖେଳିବା ବାବଦରେ ପଚାରିଥିଲେ । ଜାଡେଜା କହିଥିଲେ ଯେ, ଏହା ସେ ମଧ୍ୟ ଜାଣନ୍ତି ନାହିଁ । ତାଙ୍କ ସିଲାବସ ବାହାର ପ୍ରଶ୍ନ ଏହା । ଏହା ହସିହସି ସେ କହିଥିଲେ । ଏହା ଶୁଣି ସେଠାରେ ଉପସ୍ଥିତ ଅନ୍ୟମାନେ ମଧ୍ୟ ହସିବାରେ ଲାଗିଥିଲେ ।

ସୂଚନାଯୋଗ୍ୟ, ଭାରତ ଏସିଆ କପରେ ଅଭିଯାନ ପାକିସ୍ତାନକୁ ହରାଇ ଆରମ୍ଭ କରିଥିଲା । ଦଳ ବୁଧବାର ହଂକଂ ସହ ମୁକାବିଲା କରିବ । ଏହି ମ୍ୟାଚ୍ ଜିତି ରୋହିତ ସେନା ସିଧା ସୁପର 4ରେ ପହଁଚିବାକୁ ଲକ୍ଷ୍ୟ ରଖିଛି ।

   Related Posts