ଟି-୨୦ ବିଶ୍ୱକପ୍ ଟିମରେ ଜାଡେଜାଙ୍କୁ ମିଳିବନି ଚାନ୍ସ ! ମାଞ୍ଜରେକର କହିଲେ କାରଣ...

Published By : Prameya-News7 Bureau | June 25, 2022 IST

ନୂଆଦିଲ୍ଲୀ ୨୫/୦୬: ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ କିଏ ସାମିଲ ହେବେ  । କେମିତ ହେବ ଟିମ୍ । କିଏ ରହିବେ ଆଉ କିଏ ପଡିବେ ବାଦ୍ । ଏସବୁ ପ୍ରଶ୍ନକୁ ନେଇ ନାନା ଆଲୋଚନା ଜାରି ରହିଛି । ଏହାମଧ୍ୟରେ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ଏକ ବଡ ବୟାନ ଦେଇଛନ୍ତି । ରବୀନ୍ଦ୍ର ଜାଡେଜାଙ୍କୁ ଟି୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିବା କଷ୍ଟକର ବୋଲି ସେ କହିଛନ୍ତି ।

ସଞ୍ଜୟଙ୍କ କହିବାନୁସାରେ, ଦିନେଶ କାର୍ତ୍ତିକ ଏବେ ଫର୍ମରେ ଅଛନ୍ତି । ସେ ଷଷ୍ଠ କିମ୍ବା ସପ୍ତମ ଶ୍ରେଣୀରେ ଖେଳିବା ପାଇଁ ପରଫେକ୍ଟ ବୋଲି ପ୍ରମାଣିତ କରିଛନ୍ତି । ଟି୨୦ ଫର୍ମାଟରେ ଏବେ ସେ ଯେଉଁ ପ୍ରଭାବ ପକାଇଛନ୍ତି ତାହା ଚମତ୍କାର । ଏସବୁକୁ ଦେଖିଲେ ଜାଡେଜା ଦଳରେ ସ୍ଥାନ ପାଇବା କଷ୍ଟକର । ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଟିମକୁ ଫେରିଛନ୍ତି । ମିଡିଲ୍ ଅର୍ଡରରେ ଋଷଭ ପନ୍ତ ବି ଅଛନ୍ତି ।  

ଆଇପିଏଲରେ ଖରାପ ପ୍ରଦର୍ଶନ

ଆଇପିଏଲରେ ଜାଡେଜା ଖରାପ ପ୍ରଦର୍ଶନ କରିଥିଲେ । ସେ ପ୍ରଥମେ ସିଏସକେର ଅଧିନାୟକ ଥିବା ବେଳେ ବ୍ୟାଟିଂ ଓ ବୋଲିଂରେ ଫେଲ୍ ହୋଇଥିଲେ । ଏହାପରେ ଅଧାରୁ ସେ ଟୁର୍ଣ୍ଣାମେଣ୍ଟ ଛାଡିଥିଲେ । ଏବେ କିନ୍ତୁ ଇଂଲଣ୍ଡ ଗସ୍ତରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ଫିନିଶର ରୋଲ୍ ପାଇଁ କଡା ଫାଇଟ୍

ଭାରତୀୟ ଦଳରେ ଏବେ ଅନେକ ବ୍ୟାଟର୍ ମିଡିଲ ଅର୍ଡର ଓ ଫିନିଶର୍ ରୋଲ୍ ପାଇଁ ଲାଇନରେ ରହିଛନ୍ତି । ଦିନେଶ କାର୍ତ୍ତିକଙ୍କ ଏଣ୍ଟ୍ରି ପରେ ଋଷଭ ପନ୍ତଙ୍କ ଚିନ୍ତା ବଢିଯାଇଛି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଫେରିବା ପରେ ଜାଡେଜାଙ୍କା ପାଇଁ ଅଡୁଆ ବଢିଛି ।

ସୂଚନାଯୋଗ୍ୟ, ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଖେଳାଯିବ । ଏହାପୂର୍ବରୁ ଭାରତ ଅନେକ ଟି୨୦ ଓ ଦିନିକିଆ ସିରିଜ୍ ଖେଳିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.