oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ : ରବୀନ୍ଦ୍ର ଜାଡେଜାଙ୍କ ଦମଦାର୍ ଶତକ

5/03/2022 at 11:27 AM

ନୂଆଦିଲ୍ଲୀ,୦୫/୦୩:  ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚରେ ଜାଡେଜାଙ୍କ ଦମଦାର ଶତକ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚିତାକର୍ଷକ ଶତକ ହାସଲ କରିଛନ୍ତି । ସେ ୧୬୦ ବଲରୁ ଚିତାକର୍ଷକ ସେଞ୍ଚୁରୀ ମାରିଛନ୍ତି ।

ଶୁକ୍ରବାର ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଦୁଇ ଓପନର ମୟଙ୍କ ଅଗ୍ରଓ୍ଵାଲ ଏବଂ ରୋହିତ ଶର୍ମା ପ୍ରଥମ ଓ୍ଵିକେଟରେ ୫୨ ରନ  ଯୋଡିଥିଲେ। ରୋହିତ ୨୮ ବଲ୍‌ରୁ ୬ ଚୌକା ସହ ୨୯ ରନ କରି ଆଉଟ୍ ହୋଇଥିଲେ। ମୟଙ୍କ ଅଗ୍ରଓ୍ଵାଲ(୩୩) ପାଭିଲିୟନ ଫେରିଥିଲେ। ଏହା ପରେ ଚେତେଶ୍ଵର ପୂଜାରାଙ୍କ ସ୍ଥାନରେ ଦଳରେ ସାମିଲ୍ ହନୁମା ବିହାରୀ ଭଲ ପ୍ରଦର୍ଶନ କରିଛନ୍ତି। ବିହାରୀ ଏବଂ ନିଜ କ୍ୟାରିୟରରେ ୧୦୦ତମ ଟେଷ୍ଟ ଖେଳୁଥିବା ବିରାଟ କୋହଲି ତୃତୀୟ ଓ୍ଵିକେଟ୍ ପାଇଁ ୯୦ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଦଳୀୟ ସ୍କୋର ୧୭୦ ରନରେ ଭାରତ ତୃତୀୟ ଓ୍ଵିକେଟ୍ ହରାଇଥିଲା। ବିରାଟ କୋହଲି ୪୫ ରନ କରି ଏମ୍ବୁଲଡେନିଆରଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ପରେ ବିହାରୀ ୫୮ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ।

ଋଷଭ ପନ୍ତ କ୍ରିଜକୁ ଆସିବା ମାତ୍ରେ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ପନ୍ତ ଏବଂ ଶ୍ରେୟସ ଆୟର ପଞ୍ଚମ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡିଥିଲେ। ଆୟର ବ୍ୟକ୍ତିଗତ ୨୭ ରନ କରି ଆଉଟ୍ ହୋଇଥିଲେ। ୨୨୮ ରନରେ ୫ ଓ୍ଵିକେଟ୍ ଖସିବା ପରେ ଦଳର ଇନିଂସ ସମ୍ଭାଳିଥିଲେ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା। ଉଭୟ ବ୍ୟାଟସମ୍ୟାନ ଷଷ୍ଠ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍କୋର ୩୦୦ ଅତିକ୍ରମ କରାଇଥିଲେ। ଏହି କ୍ରମରେ ପନ୍ତ ଅର୍ଦ୍ଧଶତକ  ହାସଲ ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତେବେ ଶତକଠୁ ମାତ୍ର ୪ ରନ ଦୂରରେ ରହି ଯାଇଥିଲେ ପନ୍ତ। ସେ ୯୭ ବଲ୍‌ରୁ ୯ ଚୌକା ଓ ୪ ଛକା ସହ ୯୬ ରନ କରି ସୁରଙ୍ଗା ଲାକମଲଙ୍କ ବଲରେ କ୍ଲିନବୋଲ୍ଡ ହୋଇଥିଲେ। ଏହା ପରେ ଜାଡେଜା ଏବଂ ଅଶ୍ଵିନ ଦଳର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ୍ ହରାଇ ୩୫୭ ରନ କରିଥିଲା।

ତେବେ ଦ୍ୱିତୀୟ ଦିନର ଖେଳ ୩୫୭ ରନରୁ ଆରମ୍ଭ କରିଥିଲା ଭାରତ । ଉଭୟ ଜାଡେଜା ଓ ଅଶ୍ୱୀନ କ୍ରିଜରେ ରହି ଦମଦାର ବ୍ୟାଟିଂ କରିଥିଲେ । ଅଶ୍ୱୀନ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୬୧ ରନ୍ କରିଆଉଟ୍ ହୋଇଥିଲେ । ଭାରତର ସ୍କୋର ଏବେସୁଦ୍ଧା ୪୬୩-୭ ରହିଛି ।ଜାଡେଜା ୧୦୦ ରନରେ ବ୍ୟାଟିଂ କରୁଛନ୍ତି ।

   Related Posts